Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମାନ ନାଗରିକ ସଂହିତା ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମାନ ନାଗରିକ ସଂହିତା ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ବିକାଶ ଓ ରାଜନୀତିକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ ସମାନ ନାଗରିକ ସଂହିତା ଉପରେ ମତ ଦେଇ କହିଛନ୍ତି କି ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ ନିଶ୍ଚିତ କରିବୁ । ୟୁନିଫର୍ମ ସିଭିଲ୍ କୋଡ୍ ଆମର ସଂକଳ୍ପ ଅଟେ ଓ ତାହାକୁ ନିଶ୍ଚିତ ପୂରା କରିବୁ । ଏହା ହେଉଛି ଦେବଭୂମି, ଯାହାକି ଦେଶର ସୀମା ସଂଲଗ୍ନ । ଏହି ପ୍ରଦେଶରେ ରହୁଥିବା କୌଣସି ଧର୍ମର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତଙ୍କ ପାଇଁ ସମାନ ଆଇନ୍ କାନୁନ୍ ଲାଗୁ ହେବ । ସେ ଆହୁରି କହିଛନ୍ତି ଯେ ୟୁନିଫର୍ମ ସିଭିଲ୍ କୋର୍ଡକୁ ନେଇ ଆମେ କମିଟି ଗଠନ କରିସାରିଛୁ । ଚଳିତବର୍ଷ ଶେଷ ଆଡକୁ କମିଟି ଡ୍ରାଫ୍ଟ ଦେଇସାରିଥିବ, ପରେ ଏହାକୁ ଆମେ ଲାଗୁ କରିବୁ । ଏହିପରି ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ । ସେହିପରି ରାଜନୀତିକୁ ନେଇ ସେ କହିଛନ୍ତି କି ଆମେ ତୁଷ୍ଟିକରଣ ରାଜନୀତିରେ ବିଶ୍ୱାସ କରିନଥାଉ ।

Leave a Reply