Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନଦେବା ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନଦେବା ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର: ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ନେଇ ସୁପ୍ରିମ୍କୋର୍ଟରେ ମାମଲା ଚାଲୁ ରହିଥିବା ବେଳେ କେନ୍ଦ୍ର ସରକାର ଏହାକୁ ଦୃଢ଼ ବିରୋଧ କରୁଛନ୍ତି । ଯଦି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଏ ତେବେ ଏହା ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବାର ସମ୍ଭାବନା ରହିଛି । ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଏହା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୀମିତ ରହିଥାଏ । କିନ୍ତୁ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ନେଇ ସୁପି୍ରମ୍କୋର୍ଟ ଆଗଭର ହୋଇଥିବା ବେଳେ ଏହାକୁ କେନ୍ଦ୍ର ସରକାର ଦୃଢ଼ ବିରୋଧ କରି ଏ ନେଇ ନିଷ୍ପତ୍ତି ନେବାକୁ ସଂସଦ ଉପରେ ଛାଡ଼ିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହି କ୍ରମରେ ସଚେତନ ମହିଳା ମଞ୍ଚ ପକ୍ଷରୁ ଏକ ସ୍ମାରକପତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଶୁକ୍ରବାର ପ୍ରଦାନ କରାଯାଇଛି । ଭାରତ ହେଉଛି ବିଭିନ୍ନ ଧର୍ମର ଓ ଜାତିର ସମନ୍ୱୟ ସ୍ଥଳ । ଏଠାରେ ବିବାହକୁ ପବିତ୍ର ବନ୍ଧନ ବୋଲି ଧରାଯାଇଥାଏ । ଯଦି ସମଲିଙ୍ଗୀଙ୍କୁ ବିବାହ ପାଇଁ ଅନୁମତି ପ୍ରଦାନ କରାଯାଏ ତେବେ ଏହା ସମାଜରେ କୁପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏ କ୍ଷେତ୍ରରେ ନିଷ୍ପତ୍ତି ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟିତ୍ୱ ଦେବା ଉଚିତ୍ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । ତେଣୁ ରାଜ୍ୟପାଳ ମହୋଦୟ ସଚେତନ ମହିଳା ମଞ୍ଚର ଦାବିକୁ ଗ୍ରହଣ କରି ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି ।

Leave a Reply