Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସବୁଠୁ ବଡ଼ ସପ୍ଲାୟର ସାଜିଲା ରୁଷ୍ ଦୈନିକ ୧୦ ଲକ୍ଷ ବ୍ୟାରେଲ ତେଲ କିଣୁଛି ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସବୁଠୁ ବଡ଼ ସପ୍ଲାୟର ସାଜିଲା ରୁଷ୍ ଦୈନିକ ୧୦ ଲକ୍ଷ ବ୍ୟାରେଲ ତେଲ କିଣୁଛି ଭାରତ

ନୂଆଦିଲ୍ଲୀ: ରୁଷ୍ ଠାରୁ ଅଶୋଧିତ ତେଲ କିଣିବାରେ ଭାରତ କରିଛି ରେକର୍ଡ । ଗତ କିଛି ମାସରେ ରୁଷ୍ ଠାରୁ ସବୁଠୁ ଅଧିକ ଅଶୋଧିତ ତୈଳ ଆମଦାନୀ କରୁଛି ଭାରତ । ଦେଶ ଗୋଟିଏ ବର୍ଷ ପୂର୍ବର ତୁଳନାରେ ୩୩ ଗୁଣା ଅଧିକ ଆମଦାନୀ କରିଛି । ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବିକ, ଭାରତ ଡିସେମ୍ୱରରେ ପ୍ରଥମ ଥର ରୁଷ୍ ଠାରୁ ୧୦ ଲକ୍ଷ ବ୍ୟାରେଲ ପ୍ରତିଦିନ ଅଶୋଧିତ ତେଳର ଆମଦାନୀ କରିଥିଲା । ସେପଟେ, ରୁଷ୍ ଏକଲା ଡିସେମ୍ୱରରେ ଭାରତକୁ ୧.୧୯ ମିଲିୟନ ବ୍ୟାରେଲ ଦୈନିକ ଅଶୋଧିତ ତେଲର ସପ୍ଲାଇ କରିଛି । ରୁଷ୍ ଠାରୁ ଭାରତକୁ ଅଶୋଧିତ ତେଲର ରପ୍ତାନୀ ସେହି ସମୟରେ ଶୀର୍ଷରେ ଥିଲା, ଯେବେ ୟୁରୋପୀୟ ସଙ୍ଘ ଓ ଆମେରିକା ରୁଷ୍ର ତେଲ ଉପରେ କଠୋର ଅର୍ଥନୈତିକ କଟକଣା ଲଗେଇ ଦେଇଥିଲେ । ଭୋର୍ଟେକ୍ସା ଲିମିଟେଡ୍ ତଥ୍ୟ ଅନୁସାରେ, ବିଶ୍ୱର ୩ୟ ସବୁଠୁ ବଡ଼ ଅଶୋଧିତ ତେଲର ଆମଦାନିକାରୀ ଭାରତ, ଡିସେମ୍ୱରରେ ରୁଷ୍ ଠାରୁ ହାରାହାରି ୧.୨ ମିଲିୟନ ବ୍ୟାରେଲ ଦୈନିକ କ୍ରୟ କରିଛି । ଏହା ନଭେମ୍ୱର ତୁଳନାରେ ୨୯ ପ୍ରତିଶତ ଅଧିକ । ଅନେକ ମାସ ପୂର୍ବେ ଇରାକ୍ ଓ ସାଉଦୀ ଆରବକୁ ପଛରେ ପକାଇ ରୁଷ୍ ଏବେ ଭାରତର ସବୁଠୁ ଅଧିକ ତେଲ ଉତ୍ସ ପାଲଟି ଯାଇଛି । ନଭେମ୍ୱରରେ ରୁଷ୍ ଠାରୁ ଆମଦାନୀ କରାଯାଇ ଥିବା ଅଶୋଧିତ ତେଲ ଦୈନିକ ରହିଛି ୯୦୯୪୦୩ ବ୍ୟାରେଲ । ଅକ୍ଟୋବର ୨୦୨୨ରେ ୯୩୫,୫୫୬ ବ୍ୟାରେଲ ଦୈନିକ ହାର ରହିଥିଲା । ଭାରତ ଜୁନ୍ରେ ଦୈନିକ ୯୪୨,୬୯୪ ବ୍ୟାରେଲ ତେଲ କ୍ରୟ କରିଥିଲା । ସେପଟେ, ରୁଷ୍ ଅପ୍ରେଲ-ଡିସେମ୍ୱର ୨୦୨୨ରେ ବ୍ୟବସାୟ ଆମଦାନିକାରୀ ଭାବେ ଦୁନିଆର ୧୦ ଦେଶର ତାଲିକାରେ ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛି । ବର୍ତ୍ତମାନ ଆର୍ଥôକ ବର୍ଷରେ ରୁଷ୍ ଠାରୁ ଭାରତକୁ ତେଲ ଆମଦାନୀରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ।

Leave a Reply