Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଦିଗ୍ଧ ପାରାର ହେବ ଡିଏନ୍ ଟେଷ୍ଟ ସିଏଫ୍ଏସ୍ଏଲ୍ ଯିବ କ୍ୟାମେରା, ଚିପ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଦିଗ୍ଧ ପାରାର ହେବ ଡିଏନ୍ ଟେଷ୍ଟ ସିଏଫ୍ଏସ୍ଏଲ୍ ଯିବ କ୍ୟାମେରା, ଚିପ୍


ଭୁବନେଶ୍ୱର : ପାରାଦୀପର ଗଭୀର ସମୁଦ୍ରରେ ଏକ ମାଛ ଧରା ଟ୍ରଲରୁ ଠାବ ହୋଇଥିବା ସନ୍ଦିଗ୍ଧ ପାରାର ଡିଏନ୍ ଟେଷ୍ଟ କରାଯିବ । ପାରାଟି କେଉଁ ଅଞ୍ଚଳରୁ ଆସିଛି ତଥା ଦେଶ ଭିତରୁ ନା ଦେଶ ବାହାରୁ ପରୀକ୍ଷା ପରେ ତାହା ଜଣାପଡିବ । ଏଥିସହ ଏହି ପାରା ଶରୀରରେ ଲାଗିଥିବା କ୍ୟାମେରା ଓ ଚିପ୍କୁ ସିଏଫ୍ଏସ୍ଏଲ୍କୁ ପଠାଯିବ । ବର୍ତ୍ତମାନ ଭୁବନେଶ୍ୱର ରସୁଲଗଡସ୍ଥିତ ଏସ୍ଏଫ୍ଏସ୍ଏଲ୍ରେ ପାରାକୁ ରଖାଯାଇଛି । ପାରା ଶରୀରରେ ଲେଖାଥିବା ସଂକେତ ସଂପର୍କରେ ଜାଣିବା ପାଇଁ ସେଣ୍ଟ୍ରାଲ ହ୍ୟାଣ୍ଡରାଇଟିଂ ବୁ୍ୟରୋକୁ ଲେଖାଯିବ ବୋଲି ସୂଚନା ମିଳିଛି । ଗତ ବୁଧବାର ଧରାପଡିଥିବା ଏହି ସନ୍ଦିଗ୍ଧ ପାରାକୁ ଅଧିକ ତଦନ୍ତ ପାଇଁ ସ୍ୱତନ୍ତ୍ର ପଞ୍ଜୁରୀରେ ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବ୍କୁ ପାରାଦୀପ ପୋଲିସ ଆଣିଥିଲା । ପ୍ରଥମେ ପାରାଦୀପ ମେରାଇନା ପୋଲିସ ପାରାଟିକୁ ଧରି କଟକ ବକ୍ସି ବଜାର ପୋଲିସ ମୁଖ୍ୟାଳୟ ପରିସରରେ ଥିବା ପିଜନ୍ ସ୍କ୍ୱାର୍ଡରେ ପହଞ୍ଚôଥିଲା । ସେଠାରେ କିଛି ସମୟ ରହିବା ପରେ ତାକୁ ଭୁବନେଶ୍ୱର ଏସ୍ଏଫ୍ଏସ୍ଏଲ୍କୁ ଅଣାଯାଇଥିଲା । ସୂଚନାଯୋଗ୍ୟ ଯେ ପାରାଦୀପ କୋଣାର୍କ ମଝି ସମୁଦ୍ରରୁ ସାରଥୀ ନାମକ ଏକ ବୋଟ୍ ମାଛ ଧରୁଥିବା ବେଳେ ଏହି ପାରାଟି ବୋଟ୍ରେ ଆସି ବସିଥିଲା । ମତ୍ସ୍ୟଜୀବୀମାନେ ତାକୁ ଧରିବା ପରେ ତା’ ଗୋଡରେ କ୍ୟାମେରା ଓ ଚିପ୍ସ ଲାଗିଥିବାର ଦେଖିଥିଲେ । ଏପରିକି ଡେଣାରେ ବିଦେଶୀ ଭାଷାରେ କିଛି ଲେଖାଯାଇଥିବା ଦେଖିବାକୁ ପାଇଥିଲେ । ମତ୍ସଜୀବୀମାନେ ତୁରନ୍ତ ଏହି ପାରାଟିକୁ ମେରାଇନ ଥାନାର ଜିମା ଦେଇଥିଲେ ।

Leave a Reply