ସନ୍ତୋଷୀ ଵିହାର ଵସତୀ ସହିତ ଲକ୍ଷ୍ମୀ ସାଗର ଵସତୀ ରେ ବିଶାଳ ହିନ୍ଦୁ ସମ୍ମିଳନୀ

ସନ୍ତୋଷୀ ଵିହାର ଵସତୀ ସହିତ ଲକ୍ଷ୍ମୀ ସାଗର ଵସତୀ ରେ ବିଶାଳ ହିନ୍ଦୁ ସମ୍ମିଳନୀ

ଭୁବନେଶ୍ବର- ହିନ୍ଦୁ ଏକତା ତଥା ସନାତନ ଧର୍ମର ବ୍ୟାପକତା ଏବଂ ସୁରକ୍ଷାର ବାର୍ତ୍ତା ନେଇ ସମଗ୍ର ହିନ୍ଦୁ ସମାଜ ଆନୁକୁଲ୍ୟରେ ସ୍ଥାନୀୟ ବାଲିଘାଟ ଓ କରଞ୍ଜିଆ ପଡ଼ିଆଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି  l  ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ବୌଦ୍ଧିକ ପ୍ରମୁଖ ଶ୍ରୀମାନ ତନ୍ମୟ ମହାପାତ୍ର ମୁଖ୍ୟ ବକ୍ତା ଭାବେ  ଯୋଗ ଦେଇ ଥିବା ବେଳେ ସ୍ୱାମୀ ତୈଲେକେଶ୍ୱର ଭାରତୀ ମହାରାଜ  ମୁଖ୍ୟ ଅତିଥି ଓ ପୁରୀ ଵିଭାଗ ସଂଘ ଚାଳକ ମାନନୀୟ ଶ୍ରୀ ମନରଞ୍ଜନ ସାହୁ ସମ୍ମାନୀୟ ଅତୀଥି ଭାବେ ଯୋଗ ଦେଇଥିଲେ ା ଆଇନଜୀବୀ ଶ୍ରୀମତୀ ସଂଘ ମିତ୍ରା ରାଜଗୁରୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସନ୍ତୋଷୀ ଵିହାର ଵସତୀ ପ୍ରମୁଖ  ଶ୍ରୀ ଶଙ୍କର ପ୍ରସାଦ ପ୍ରଧାନ ସଂଯୋଜନା କରିଥିଲେ । ପରିଚାଳନା କମିଟି ର ସହ ସଂଯୋଜକ  ଶ୍ରୀ ଲୋକେଶ୍ୱର ପାତ୍ର ଏବଂ ଶ୍ରୀ ଆନନ୍ଦ ସଡ଼ଙ୍ଗୀ, ବାସନ୍ତୀ ଦୁର୍ଗା ଭାଗର ସଂଘ ଚାଳକ ଶ୍ରୀମାନ ଦେବେନ୍ଦ୍ର ଦାସଙ୍କ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ରହି ଵିଶାଳ ହିନ୍ଦୁ ସମ୍ବିଳନୀକୁ ସାଫଲ୍ୟ  ମଣ୍ଡିତ କରିଥିଲେ । ଏଥିରେ ହନୁମାନ ଚାଲିସା, ଗାୟତ୍ରଯଞ ଅନୁଷ୍ଠିତ ହୋଇଥିବା ବେଳେ ସୁଦୁର ଗଞ୍ଜାମ ଜିଲ୍ଲା ଚିକିଟି ମାଟିରୁ ୪୦ ଜଣ  ସଂକୀର୍ତ୍ତନ   ମଣ୍ଡଳୀ ଭଉଣୀ ଓ ଭାଇ ମାନେ ଆସି ସଂକୀର୍ତ୍ତନ କରିଥିଲେ । ସେମାନେ ପୁରା ସନ୍ତୋଷୀ ଵିହାର ଵସତୀରେ  କୀର୍ତ୍ତନ   ମଣ୍ଡଳୀଧରି ପରିକ୍ରମା କରିଥିଲେ  । ହିନ୍ଦୁତ୍ୱର ବାର୍ତ୍ତା କୁ ଘରେ ଘରେ ପହଞ୍ଚାଇ ଥିଲେ  । ହରେକୣଷ୍ମ ହରେରାମ ନାମ ସଂକୀର୍ତ୍ତନରେ ସନ୍ତୋଷୀ ଵିହାର ଵସତୀ ସହିତ ଲକ୍ଷ୍ମୀ ସାଗର ଵସତୀ ପ୍ରକମ୍ପିତ ହୋଇ ଉଠିଥିଲା। ପୁରା ଵସତୀ ଗେରୁଆ ମୟ ହୋଇଥିଲା।

Leave a Reply