Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା

ତ କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଗତ ତିନିଦିନ ଧରି ଚାଲିଥିବା ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍ୟାପିତ ହୋଇଯାଇଛି । ମନମୁଣ୍ଡା ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ବଡ଼ମାଳୀଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲା ଫୋରମ ସଭାପତି ଦିବ୍ୟଶଙ୍କର ରାଉତ ମୁଖ୍ୟଅତିଥି, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟବାହକ ଇନ୍ଦୁଭୂଷଣ ମହାକୁଡ ମୁଖ୍ୟବକ୍ତା ଓ ସାମ୍ୱାଦିକ ଜୟ କୁମାର ମହାରଣା, କଣ୍ଟାମାଳ ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କଣ୍ଟାମାଳ ଭାରପ୍ରାପ୍ତ ପ୍ରଧାନଆଚାର୍ଯ୍ୟ ରଞ୍ଜିତ କୁମାର ବାରିକ ଅତିଥି ପରିଚୟ ଓ ମସିଣାଗୋରା ପ୍ରଧାନଆଚାର୍ଯ୍ୟ ସୁଶାନ୍ତ ସାହୁ ବୃତ୍ତ ପଠନ କରିଥିଲେ । ୨୦୨୩ ଆଧାରରେ ନୂତନ ଶିକ୍ଷାଦାନ ପ୍ରଣାଳୀ ମାଧ୍ୟମରେ କିପରି ଶିଶୁମାନଙ୍କୁ ଉନ୍ନତ ଶିକ୍ଷାଦାନ କରାଯିବ ସେ ସଂପର୍କରେ ଶିକ୍ଷା ବିକାଶ ସମିତି ଓଡ଼ିଶା ଦ୍ୱାରା ଆୟୋଜିତ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ସମ୍ପର୍କରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟଶାଳାରେ କଣ୍ଟାମାଳ ସଙ୍କୁଳର ବିଳାସପୁର, ମନମୁଣ୍ଡା, ଦପଲା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡ଼ା ଓ ମସିଣାଗୋରା ଆଦି ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ, ବାଟିକା ପ୍ରମୁଖ, ଶିକ୍ଷା ବିକାଶ କାର୍ଯ୍ୟକର୍ତ୍ତା ଓ ପ୍ରଶିକ୍ଷିତ ବିଷୟ ପ୍ରମୁଖମାନେ ଯୋଗଦେଇଥିଲେ । ସେହିପରି କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ବିଦୁ୍ୟତ୍ ପରିଷଦର ସଭାପତି ଅବଧୂତ ସାହୁ ମୁଖ୍ୟଅତିଥି, ସଙ୍କୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ମୁଖ୍ୟବକ୍ତା ଓ ବିଦ୍ୟାଳୟ ସଂପାଦକ ଶେଷଦେବ ବଗର୍ତ୍ତି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପ୍ରଚାରକ ପ୍ରଣବ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଶେଷରେ ମନମୁଣ୍ଡା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ବଡମାଲି ଧନ୍ୟବାଦ୍ ଦେଇଥିଲେ ।

Leave a Reply