ଶ୍ରୀନଗର : ଚୈତ୍ର ନବରାତ୍ରୀ ସମାପ୍ତୀ ତଥା ରାମନବମୀ ପର୍ବକୁ କାଶ୍ମୀର ଘାଟୀରେ କାଶ୍ମୀର ପଣ୍ଡିତମାନେ ଧାର୍ମିକ ଉସôାହ ଏବଂ ଉଲ୍ଲାସ ସହିତ ପାଳି ଥିବା ଦେଖିବାକୁ ମିଳିଛି । କାଶ୍ମିର ପଣ୍ଡିତମାନେ ଗୁରବାରଦିନ ରାମନବମୀ ପାଇଁ ଶ୍ରୀନଗରରେ ଶୋଭାଯାତ୍ରାରେ ବାହାରି ଥିଲେ । କଡା ସୁରକ୍ଷା ବ୍ୟବସ୍ଥା ସହିତ ପିଲାମାନେ ପାରମ୍ପରିକ ପୋଷାକ ପରିଧାନ କରି ଏକ ଯାତ୍ରା ଶ୍ରୀନଗରର ଟୈକିପୋରା ଅଂଚଳର କଥଲେଶ୍ୱର ମନ୍ଦିର ଠାରୁ ବାହାରି ଥିଲେ ।