Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜନଗରରେ ହିନ୍ଦୁ ଏକତା ବିଶାଳ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜନଗରରେ ହିନ୍ଦୁ ଏକତା ବିଶାଳ ଶୋଭାଯାତ୍ରା

ରାଜନଗର : ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ ସଦର ମହକୁମାରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭୁ ଶ୍ରୀରାମ ଓ ତାଙ୍କର ପରମ ଭକ୍ତ ବଜରଂଗବାଲୀ ପ୍ରଭୁ ହନୁମାନଙ୍କ ଜୟନ୍ତୀ ଅବସରରେ ମନ୍ଦିରରେ ହିନ୍ଦୁ ଧର୍ମର ଶତାଧିକ ବ୍ୟକ୍ତିମାନେ ଯଥାବିଧି ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରି ରାଜନଗର ତାରିଣୀ ମନ୍ଦିର ନିକଟରୁ ଏକ ବିଶାଳ ବାଇକ ରାଲି ସହ ଡିଜେ ବାଦ୍ୟର ତାଳେତାଳେ ନାଚିନାଚି ଜୟ ଶ୍ରୀରାମ, ଜୟ ହନୁମାନ ଧ୍ୱନି ଦେଇ ରାଜନଗର ବ୍ଲକର ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ବଜରଂଗ ଦଳ ତରଫରୁ ସହର ପରିକ୍ରମା କରିଥିଲେ । ଏହି ମଟର ସାଇକେଲ ରାଲିରେ ବଜାର ସମେତ ଗାଁର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ରାଷ୍ଟ୍ରୀୟ ବଜରଂଗୀ କର୍ମୀମାନେ ଯୋଗଦେଇ ଗୁପ୍ତି ସ୍ଥିତ ହନୁମାନ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏହି ବିଶାଳ ରାଷ୍ଟ୍ରୀୟ ହିନ୍ଦୁ ରାଲିରେ ପ୍ରାୟ ଏକ ହଜାରରୁ ଅଧିକ ରାଷ୍ଟ୍ରୀୟ ବଜରଂଗୀ ଓ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଭାଇମାନେ ସାମିଲ ହୋଇ ବଜାର, ଗାଁ ଗଣ୍ଡା ପରିକ୍ରମା ମଧ୍ୟ କରିଥିଲେ । ଏହି ରାଲି ବ୍ଲକ ଛକ, ଗାଁ ଛକ ଦେଇ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ । ରାଜନଗର ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚି ସେଠାରେ ହଜାର ହଜାର ସମର୍ଥକ ଓ ଭକ୍ତ ବା ଦର୍ଶକ ମାନଙ୍କ ନିକଟରୁ ପାନୀୟ ଦହି ସର୍ବତ ପିଇ ପୁଣି ଶାନ୍ତି ଶୃଙ୍ଖଳାର ସହିତ ଗୁପ୍ତି ହନୁମାନ ମନ୍ଦିର ଠାରେ ରାଲି ପହଞ୍ଚିଥିଲା । ରାଷ୍ଟ୍ରୀୟ ବଜରଙ୍ଗ ଦଳର ସଭାପତି ସରୋଜ କୁମାର ଦାସ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ସହସ୍ରାଧିକ ରାଷ୍ଟ୍ରୀୟ ବଜରଙ୍ଗ ଦଳ କର୍ମୀମାନେ ସାମିଲ ହୋଇଥିଲେ । ରାଜନଗର ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ପ୍ରମୁଖ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଦାୟିତ୍ୱ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ କରିବାରେ ସାହାଯ୍ୟ ସହଯୋଗ କରିଥିଲା ।

Leave a Reply