Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଇରଙ୍ଗପୁର ସରସ୍ୱତୀ ବିଦ୍ୟା ମନ୍ଦିରଠାରେ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଇରଙ୍ଗପୁର ସରସ୍ୱତୀ ବିଦ୍ୟା ମନ୍ଦିରଠାରେ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର

ରାଇରଙ୍ଗପୁର: ରାଇରଙ୍ଗପୁର ସରସ୍ୱତୀ ବିଦ୍ୟା ମନ୍ଦିରଠାରେ ସଙ୍କୁଳସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ପ୍ରମେୟ ସାମ୍ବାଦିକ ତଥା ସମାଜସେବୀ ଅନଶନ ମହାନ୍ତ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସଂକୁଳ ସଂଯୋଜକ ଚିତ୍ତ ରଂଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉଦ୍ୟାପିତ ଶିବିରରେ ପ୍ରଶିକ୍ଷଣ ବର୍ଗର ସଂକୁଳ ପ୍ରମୁଖ ବାବୁଲାଲ ଦାସ, ରାଷ୍ଟ୍ରିୟ ସ୍ୱୟଂ ସଂଘର ସେବକ ଭାଗବତ ପ୍ରସାଦ ମହାନ୍ତ ‘ସାମୁହିକ-ରାଷ୍ଟ୍ରସର୍ବପରି’ ବିଷୟରେ ମତବ୍ୟକ୍ତ କରିଥିଲେ । ଅତିଥି ପରିଚୟ ପ୍ରଧାନ ଆଚାର୍ଯ୍ୟ ଦେଇଥିଲାବେଳେ ବୃତ୍ତ କଥନ ସଂକୁଳ ପ୍ରମୁଖ ବାବୁଲାଲ ଦାସ ପ୍ରଦାନ କରିଥିଲେ । ନିମନ୍ତ୍ରୀତ ଅତିଥି ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ଆଚାର୍ଯ୍ୟ ପ୍ରଶିକ୍ଷଣ ଉପରେ ବହୁମୂଲ୍ୟ ବାର୍ତ୍ତା ପ୍ରେରଣ କରିଥିଲେ । ହାଟବାଦଡ଼ା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ମୋହନ କୁମାର ଗିରି ଉପସ୍ଥିତ ଗୁରୁଜୀ ଓ ଗୁରୁମାମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ଶିବିରରେ ୧୦ଟି ଶିଶୁ ମନ୍ଦିରର ୧୨୦ ଜଣ ଗୁରୁଜୀଗୁରୁମା ଉପସ୍ଥିତ ଥିଲେ ।

Leave a Reply