Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯୋଡ଼ା କୁନ୍ଦୁରୁ ନାଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯୋଡ଼ା କୁନ୍ଦୁରୁ ନାଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ ସମ୍ମିଳନୀ

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡ଼ା କୁନ୍ଦୁରୁ ନାଲ । ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁବାର ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଶ୍ମିତା ପାଣିଗ୍ରାହୀ ,ମୁଖ୍ୟ ବକ୍ତା ଭାବେ ଗାୟତ୍ରୀ ପରିବାର ର ଚନ୍ଦ୍ର ପ୍ରଭା ପତି ଯୋଗ ଦେଇଥିଲେ ।ମାତୃ ସମ୍ମିଳନୀ ରେ ଅତିଥି ମାନେ, ମାଆ ମାନଙ୍କ ଦ୍ୱାରା ଶିଶୁମାନେ କିପରି ସଂସ୍କାରିତ ହୋଇ ପାରିବେ ଏବଂ ଏକ ଉତ୍ତମ ଓ ସଂସ୍କାରିତ ଶିଶୁ ଗଠନରେ ମାଆ ଙ୍କ ର ଭୂମିକା ବିଷୟରେ କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଅଜୟ ଗୋପାଳ ଦାସ ଓ ସମ୍ପାଦକ ଅଭିଜିତ ମୁଖାର୍ଜୀ ଓ ଗାୟତ୍ରୀ ପରିବାର ର ସଦସ୍ୟ ପ୍ରଶ୍ନ ପତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଦ୍ୟାଳୟ ର ସମସ୍ତ ଗୁରୁମା ଗୁରୁଜୀ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave a Reply