Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯାଜପୁର ଜିଲ୍ଲାର ବିଭିନ୍ନ ଜାଗାରେ ଆଡମ୍ବର ସହ ହନୁମାନ ଜୟନ୍ତୀ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯାଜପୁର ଜିଲ୍ଲାର ବିଭିନ୍ନ ଜାଗାରେ ଆଡମ୍ବର ସହ ହନୁମାନ ଜୟନ୍ତୀ ପାଳିତ

ବ୍ୟାସନଗର : ଯାଜପୁର ଜିଲ୍ଲାର ବିଭିନ୍ନ ଜାଗାରେ ଆଡମ୍ବର ସହ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିମଧ୍ୟରୁ କୋରେଇ ବ୍ଲକ ଅନ୍ତର୍ଗତ ଅମୃତିଆଠାରେ ଅମୃତିଆ ବଜରଙ୍ଗ ଦଳ ଦ୍ୱାରା ବଜରଙ୍ଗବଳି ବୀର ହନୁମାନଙ୍କର ଜୟନ୍ତୀ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ବ୍ୟାସନଗରରେ ମଧ୍ୟ ତନ୍ମଧ୍ୟରୁ ଝାଟିଆସାହି, ଗୋଶଳା ଛକ ଖଣ୍ଡା ହାତ, ଉମାପଦ ଆଦି ଅନେକ ଜାଗାରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାତଃ ୫ ଘଟିକାରୁ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହାପରେ ପଣ୍ଡିତ ନରାୟଣ ଶତପଥୀ ଓ ବ୍ରହ୍ମାନନ୍ଦ ଶତପଥୀଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲା । ଏହାପରେ କମିଟି ପକ୍ଷରୁ ପ୍ରସାଦ ସେବନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାଯ୍ୟକ୍ରମରେ କୋରେଇ ପ୍ରଖଣ୍ଡ ପ୍ରମୁଖ ଭୂପତି ଭୂଷଣ ଦାସ ଓ ସହକର୍ମୀ ଙ୍କୁ ନେଇ ପୂଜା କାଯ୍ୟରେ ଯୋଗଦେଇଥିଲେ । ଏହି କାଯ୍ୟକ୍ରମରେ ରଞ୍ଜନ ମହାନ୍ତି, ପବିତ୍ର ମହାପାତ୍ର, ସୁରେନ୍ଦ୍ର ମଳିକ, ସୁନୀଲ ମହାପାତ୍ର, ମହେନ୍ଦ୍ର ମହାପାତ୍ର, ମହେନ୍ଦ୍ର ବାରିକ, ପ୍ରଶାନ୍ତ ପତ୍ରି ଓ ଗ୍ରାମବାସୀଙ୍କ ସହଯୋଗରେ ପୂଜା କାଯ୍ୟ ସମ୍ପୂର୍ଣ ହୋଇଛି ।

Leave a Reply