Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋତେ ସୁରକ୍ଷା ଦିଅନ୍ତୁ, ନଚେତ ମୋ ଜୀବନ କେତେବେଳେ ବି ଚାଲିଯାଇପାରେ’: ଇମ୍ରାନ ଖାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋତେ ସୁରକ୍ଷା ଦିଅନ୍ତୁ, ନଚେତ ମୋ ଜୀବନ କେତେବେଳେ ବି ଚାଲିଯାଇପାରେ’: ଇମ୍ରାନ ଖାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଯେକୌଣସି ସମୟରେ ଗିରଫ ହୋଇପାରନ୍ତି । ତାଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ପୁଲିସ ବାହିନୀ ଇମ୍ରାନଙ୍କ ଲାହୋର ଜମାନ ପାର୍କ ସ୍ଥିତ ବାସଭବନରେ ପହଞ୍ଚିଥିଲା । ଇମ୍ରାନ୍ ଗିରଫ ହେବାପାଇଁ ପ୍ରସ୍ତୁତ ହୋଇ ଘରୁ ବାହାରକୁ ଆସିବେ ବୋଲି ସୂଚନାଥିଲା । କିନ୍ତୁ ସେ ଘର ବାହାରକୁ ଆସିବା ବଦଳରେ କେଉଁଆଡେ ଫେରାର ହୋଇଯାଇଥିଲେ । ଘର ବାହାରେ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କରିବା ପରେ ଇମ୍ରାନ ଯେମିତ ହେଲେ ବି ମାର୍ଚ୍ଚ ୭ରେ ହାଜର ହେବେ ବୋଲି ପୁଲିସକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଟିମ ପକ୍ଷରୁ କୁହାଯାଇଥିଲା । ଏହାପରେ ପୁଲିସ ଦଳ ଇମ୍ରାନଙ୍କ ଘରୁ ଫେରି ଆସିଥିଲା । ପାକିସ୍ତାନ ତହରିକଏ-ଇନସାଫ(ପିଟିଆ) ମୁଖ୍ୟ ଦାବି କରିଛନ୍ତି କି, ଇମ୍ରାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ତାଙ୍କୁ ଯେତେକି ସୁରକ୍ଷା ବ୍ୟବସ୍ଥା ଦେବା କଥା ସେତିକି ଦିଆଯାଇନାହିଁ । ଏହି କ୍ରମରେ ତୋସାଖାନା ମାମଲାକୁ ନେଇ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନାରୁ ବଞ୍ଚିବା ପରେ ଇମ୍ରାନ ଖାନ ମୁଖ୍ୟ ବିଚାରପତି ଉମର ଉତା ବନ୍ଦିୟାଲଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଅଦାଲତରେ ହାଜର ହେବା ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରଖିବାକୁ ଅନୁରୋଧ କରିଛନ୍ତି । ଇମ୍ରାନ କହିଛନ୍ତି, ‘ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ଗୃହମନ୍ତ୍ରୀ ମୋ ବିରୋରେ ବିଫଳ ହୋଇଥିବା ଏକ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିଲେ । ପୁଣିଥରେ ମୋତେ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି । କାରଣ ଗତବର୍ଷ ନଭେମ୍ବରରେ ଏକ ଆକ୍ରମଣରୁ ମୁଁ ରକ୍ଷା ପାଇଯାଇଛି । ମୋର ବିରୋଧରେ ୭୪ଟି ମିଥ୍ୟା ମାମଲା ରୁଜୁ କରାଯାଇଛି । ଯେଉଁମାନେ ମୋ ବିରୋଧରେ ଏପରି ମିଥ୍ୟା ମାମଲା ରୁଜୁ କରିଛନ୍ତି । ସେମାନେ କେତେବେଳେ ବି ମୋ ଜୀବନ ନେଇ ପାରନ୍ତି । ଏହାକୁ ନେଇ ସବୁବେଳେ ମୋତେ ଭୟ ଲାଗି ରହୁଛି । ବାରମ୍ବାର ଅଦାଲତରେ ହାଜର ହେବାକୁ ପଡ଼ୁଛି । ଏହି ସମୟରେ ସେମାନେ କେତେବେଳେ ବି ମୋ ଉପରେ ଆକ୍ରମଣ କରି ପାରନ୍ତି ।’

Leave a Reply