Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାପ୍ରଭୁଙ୍କ ମକର ନୀତି ଶ୍ରୀମନ୍ଦିରରେ ସମ୍ପନ୍ନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାପ୍ରଭୁଙ୍କ ମକର ନୀତି ଶ୍ରୀମନ୍ଦିରରେ ସମ୍ପନ୍ନ


ପୁରୀ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ପ୍ରାତଃରେ ଦ୍ୱାରଫିଟା ଓ ଭିତର ଶୌଧ ନୀତି ଅନୁଷ୍ଠିତ ହୋଇଥିଲା । ପରେ ମଙ୍ଗଳଆରତି, ମଇଲପ, ତଡପ ଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା ଓ ବେଶ ଶେଷ ହେବା ପରେ ଗୋପାଳ ବଲ୍ଲଭ କରାଯାଇଥିଲା । ବଲ୍ଲଭ ଭୋଗ ପରେ ସକାଳ ଧୂପ ସରି ମଇଲମ ପରେ ମହାସ୍ନାନ କରାଯାଇଥିଲା । ଏହା ପରେ ସର୍ବାଙ୍ଗ ବିଜେ ହୋଇ ଆସି ସର୍ବାଙ୍ଗ ଲାଗି ବଢ଼ିବା ପରେ ନୂଆଲୁଗା, ଚୂଳ, ମାଳ, ଛଅମୂର୍ତ୍ତୀ ଅଳଙ୍କାର ଲାଗି ପରେ ବେଶ ଶେଷ ହୋଇଥିଲା । ଧୋ ପଖାଳ ପରେ ଦ୍ୱିପ୍ରହର ଧୂପ ସହିତ ଯାତ୍ରାଙ୍ଗୀ ଭୋଗ ରୋଷଘରୁ ଘଣ୍ଟ, ଛତା କାହାଳୀ ସହ ସେବକଙ୍କ ପଟୁଆରରେ ଆସିଥିଲେ । ଷୋଡ଼ଶ ଉପଚାରରେ ମଣୋହି ହୋଇଥିଲାÿ । ଟେରା ପଡ଼ିବା ପରେ ଏକ ଓଳି ଅନ୍ନ ବାହାରକୁ ଆସି ମନ୍ଦିର ଚାରି ପାଖରେ ଦିଗବଳି ପ୍ରଦାନ କରାଯାଇଥିଲା । ଏହି ଭୋଗ ଶେଷ ହୋଇ ଆଳତି ବଢ଼ି, ଧୋପଖାଳ ହୋଇ ଟେରାବନ୍ଧା ଗଲା ପରେ ଅଧିବାସ ହୋଇଥିବା ମକରଚାଉଳ ଆଣିବାପାଇଁ ଭୋଗମଣ୍ଡପ ଘରକୁ ଭୋଗ ଡ଼କାଯାଇଥିଲ ।ଭୋଗ ଡାକିଯିବା ବେଳକୁ ସୁଧ ସୁଆରମାନେ ପୂର୍ବରୁ ଗୋଦମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସର ନେଇଥିଲେ । ପର୍ବଯାତ୍ରା ଯୋଗାଣିଆ ଠାରୁ ହାଣ୍ଡି କୁଡୁଆମାନ ନେଇଥିଲେ । ତିନିଗୋଟି ରୂପାଥାଳି ରେ ଉକ୍ତ ଚାଉଳକୁ ରଖିଥିଲେ । ତାହାକୁ ପନ୍ତିବଡ଼ୁମାନେ ବାଘମୁହଁ ବାନ୍ଧି ଘଣ୍ଟ, ଛତା, କାହାଳୀ ସହିତ ତଳିଛ ପଟୁଆର କରି ବଡ଼ଦେଉଳକୁ ତିନିବେଢ଼ା ବୁଲି ଭିତରେ ରଖିଥିଲେ । ଏହା ପରେ ରୋଷଘରୁ ମକରଚୌରାଶୀ ଭୋଗ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଛାମୁକୁ ଆସିଥିଲା । ପରେ ମହାଭୋଇମାନେ ବାଘମୁହଁ ବାନ୍ଧି, ଘଣ୍ଟ, ଛତା କାହାଳୀ ସହ ନିର୍ଦ୍ଦିଷ୍ଟ ସେବକଙ୍କ ଦୁଗ୍ଧ, ଗୁଡିଆ ସାକର ଓ ଅନ୍ୟାନ୍ୟ ଦୁଗ୍ଧ ଜାତୀୟ ଦ୍ରବ୍ୟ ଶ୍ରୀମନ୍ଦିର ପରିକ୍ରମା କରି ଜୟବିଜୟ ଦ୍ୱାର ଠାରେ ମହାସୁଆରଙ୍କ ଜିମା ଦେଇଥିଲେ, ଯାହାକୁ ମହାସୁଆର ସେବକ ମହାପ୍ରଭୁଙ୍କ ନିକଟରେ ବାଢିଥିଲେ । ଗଜପତି ମହାରାଜାଙ୍କ ପ୍ରତିନିଧି ଭାବରେ ମୁଦିରଥ ସେବକ ପ୍ରସାଦ ଲାଗି କଲା ପରେ ପୂଜାପଣ୍ଡା ମାନେ ତିନିବାଡରେ ପଞ୍ଚ ଉପଚାର ପୂଜା ସମାପନ କରିଥିଲେ । ଭୋଗ ସରିବା ପରେ ଶ୍ରୀଜୀଉଙ୍କୁ ବନ୍ଦାପନା କରାଯାଇଥିଲା । ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ମକର ଚୌରାଶୀ ବେଶ, ଦର୍ଶନ ଓ ମକର ବେଢା କରିବା ପାଇଁ ହଜାର ହଜାର ଭକ୍ତ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ମକର ଚୌରାଶି ବେଶରେ ଗେଣ୍ଡୁ ଫୁଲର ମାଳ, ତୁଳସୀ ଗେଣ୍ଡୁଫୁଲର ଚୂଳ ଲାଗି ହେଉଥିବାରୁ ଏବଂ ଏହି ସମୟରେ ଫୁଲର ପ୍ରାଚୁର୍ଯ୍ୟ ଥିବାରୁ ମହାପ୍ରଭୁଙ୍କର ବେଶ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ବର୍ଷସାରା ବାରମାସରେ ତେର ପର୍ବ ପାଳନ ହେଉଥିବା ବେଳେ ଶ୍ରୀବିଗ୍ରହ ମାନଙ୍କ ବିଭିନ୍ନ ବେଶରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସାଦ ଭାବରେ ଅର୍ପଣ ହେବାର ପରମ୍ପରା ରହିଛି ।

Leave a Reply