ଭାରତ ବିରୋଧୀ ପଶ୍ଚିମ ଗଣମାଧ୍ୟମ ଭାରତର କ୍ଷତି ସଂକ୍ରାନ୍ତ ମିଥ୍ୟା ରିପୋର୍ଟ ପ୍ରକାଶ କରିଥିଲେ 

ଚେନ୍ନାଇ: ଆଇଆଇଟି ମାଡ୍ରାସର ୬୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଅପରେସନ ସିନ୍ଦୂରକୁ ଭାରତ ପାଇଁ ଗର୍ବିତ ମୁହୂର୍ତ୍ତ ବୋଲି ପ୍ରଶଂସା କରିବା ସହ ଭାରତରେ କ୍ଷୟକ୍ଷତି ନେଇ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି। ଡୋଭାଲ କହିଛନ୍ତି ଯେ, ୨୩ ମିନିଟ୍‌ର ଏହି ଅପରେସନରେ  ପାକିସ୍ତାନ ଭିତରେ ଥିବା ୯ଟି ଟାର୍ଗେଟ୍‌କୁ ଧ୍ବଂସ କରାଯାଇଥିଲା। ଆମେ ନିର୍ଦ୍ଦିଷ୍ଟ ଭାବରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ୍‌ କରିଥିଲୁ ଓ ଅନ୍ୟ କୌଣସି ସ୍ଥାନରେ ବୋମାମାଡ଼ କରି ନ ଥିଲୁ। କିନ୍ତୁ ପାକିସ୍ତାନ ଏହାର ଜବାବ ଦେବାକୁ ଚେଷ୍ଟା କରିବାରୁ ଆମେ ପାକିସ୍ତାନରେ ୧୩ଟି ଏୟାର୍‌ବେସ୍ ଉପରେ ଆକ୍ରମଣ କରିଥିଲୁ। ଏହା ଆମେ ସାରା ବିଶ୍ବକୁ ଦେଖାଇଛୁ। କିନ୍ତୁ ସେମାନେ ଭାରତରେ ପାକିସ୍ତାନ କ୍ଷୟକ୍ଷତି କରିଛି ବୋଲି ଯେଉଁ ପ୍ରଚାର କରୁଛନ୍ତି, ତା’ର ଗୋଟିଏ ବି ପ୍ରମାଣ ଦେଖାନ୍ତୁ। 

Leave a Reply