ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରତିନିଧିତ୍ୱ କରୁଥିବା ଶୁକ୍ଳା ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଓ ବିକଶିତ ୭ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରୁଛନ୍ତି

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଗଠିତ ଆକ୍ସମ୍-୪ (ଆକ୍ସ-୪) ମିସନ ଜୁଲାଇ ୧୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରୁ ଫେରିବେ ବୋଲି କମ୍ପାନି ସୋସିଆଲ ମିଡିଆରେ ଘୋଷଣା କରିଛି।  ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରତିନିଧିତ୍ୱ କରୁଥିବା ଶୁକ୍ଳା ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଓ ବିକଶିତ ୭ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରୁଛନ୍ତି।ଆକ୍ସମ୍ ସ୍ପେସ୍ ପକ୍ଷରୁ କୁହାଯାଇଛି ଯେ, ଅନୁକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆକ୍ସମ୍ ମିସନ-୪ର କ୍ରୁମାନେ ଜୁଲାଇ ୧୪ ତାରିଖ ସୋମବାର ସକାଳ ୭ଟା ୫ ମିନିଟ୍‌ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡ଼ିବେ। 

Leave a Reply