Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ୟାସକବି ଫକୀରମୋହନ ଜୟନ୍ତୀ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ୟାସକବି ଫକୀରମୋହନ ଜୟନ୍ତୀ ପାଳିତ


ଭୁବନେଶ୍ୱର: ସ୍ଥାନୀୟ ବିଶ୍ୱସମ୍ବାଦ କେନ୍ଦ୍ର, ଓଡିଶା ଠାରେ ବିଶ୍ୱସମ୍ବାଦ କେନ୍ଦ୍ର, ଓଡିଶା ଓ ଉକ୍ରଳୀୟ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଶାଖା ପକ୍ଷରୁ ବ୍ୟାସକବି ଫକୀରମୋହନ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ କିସ୍ର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ପ୍ରମୋଦିନୀ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡିଆ ଭାଷା ସାହିତ୍ୟର ରକ୍ଷା ପାଇଁ ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ସଂପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ବରିଷ୍ଠ ଲେଖକ ତଥା ଇଂଜିନିୟର ଲଡୁ କିଶୋର ପଢିଆରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫକୀରମୋହନ ଓଡିଆ ସାହିତ୍ୟର ପ୍ରକୃତ ସେନାପତି ଥିଲେ ବୋଲି ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଶୁଭେନ୍ଦୁ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା ସୌମେନ୍ଦ୍ର ଜେନା କରିଥିବା ବେଳେ ପରିଷଦର ଶୁଭେନ୍ଦୁ ନାୟକ, ନୀଳମଣୀ ଚମ୍ପତିରାୟ ଏବଂ ମାନସ ସ୍ୱାଇଁଙ୍କ ସମେତ ଅନ୍ୟକାର୍ଯ୍ୟକର୍ତାମାନେ ସହଯୋଗ କରିଥିଲେ ।

Leave a Reply