ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ ନେଇ ବିଶ୍ବ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଚରମବାଣୀ

ବ୍ରାଜିଲର ରିଓ ଡି ଜେନେରିଓରେ ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ । ସମ୍ମିଳନୀରେ ପ୍ରଥମ ଦିନରେ ଆୟୋଜକ ବ୍ରାଜିଲର ରାଷ୍ଟ୍ରପତି ଲୁଲାଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବ୍ରିକ୍ସ ସମ୍ମିଳନୀ ସଦସ୍ୟଭୁକ୍ତ ରାଷ୍ଟ୍ର ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି କରିବା ସହ ବିଶ୍ବପାଇଁ ମଙ୍ଗଳକାରୀ ହେବ ବୋଲି ଏକ୍ସ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି ମୋଦି । ସମ୍ମିଳନୀରେ ପିଏମ ମୋଦି ବିଶ୍ବ ଶାନ୍ତି, ସୁରକ୍ଷା, ଆର୍ଥିକ ସହଯୋଗ ସହ AIର ଉପକଯୋଗ, ଜଳବାୟୁ ପରବର୍ତ୍ତନ ଜନିତ ସମସ୍ୟାର ସମାଧାନ ପାଇଁ ରୋଡମ୍ୟାପ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଚଳିତବର୍ଷ ପ୍ରଥମଥର ପାଇଁ ବ୍ରିକ୍ସ ସମ୍ମିଳନୀରେ ସଦସ୍ୟଭୁକ୍ତ ରୁଷିଆ ଓ ଚୀର ରାଷ୍ଟ୍ରନେତା ସାମିଲ ହୋଇନାହାଁନ୍ତି । ଉଭୟ ପୁଟିମ ଓ ଜିନପିଙ୍ଗ ବ୍ରିକ୍ସର ବାର୍ଷିକ ବୈଠକରେ ସାମିଲ ହୋଇନଥିବାବେଳେ ରାଷ୍ଟ୍ର ପ୍ରତିନିଧି ବୈଠକରେ ସାମିଲ ହୋଇଛନ୍ତି । ୨୦୦୯ରୁ ବ୍ରାଜିଲ, ରୁଷ, ଭାରତ ଓ ଚୀନର ଆର୍ଥିକ ସହଯୋଗ ଗୋଷ୍ଠୀ ଭାବରେ ବ୍ରିକ୍ସ ଆରମ୍ଭ ହୋଇଥିବାବେଳେ ପରେ ଏଥିରେ ସାମିଲ ହୋଇଥିଲେ ଦକ୍ଷିଣ ଆଫ୍ରିକା , ଇଜିପ୍ଟ, ୟୁଏଇ, ଇଥିଓପିଆ, ଇଣ୍ଡୋନେସିଆ ଏବଂ ଇରାନ । ବିଶ୍ୱ ଶକ୍ତି ସନ୍ତୁଳନରେ ପରିବର୍ତ୍ତନ ଆଣିବାକୁ ବ୍ରିକ୍ସ ସମ୍ମିଳନୀରେ ବଡ଼ ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି ।

Leave a Reply