Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ରଜରାଜନଗର ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ରଜରାଜନଗର ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ପାଳନ

ବ୍ରଜରାଜନଗର : ବ୍ରଜରାଜନଗର ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରାକୁ ପାଳନ କରାଯାଇଛି । ଚଳିତ ମାସ ୧୨ ତାରିଖ ରବିବାର ଦିନ ସମ୍ବଲପୁରରେ ହିନ୍ଦୁ ଭାଇମାନେ ହନୁମାନ ଜୟନ୍ତୀ ପାଇଁ ଏକ ରାଲି କରିଥିଲେ । ଏହି ରାଲିରେ କେତେକ ସମାଜ ବିରୋଧୀ ଲୋକ ପଥର ମାରିଥିଲେ ଯେଉଁଥିରେ ବହୁ ହିନ୍ଦୁ ଭାଇମାନେ ଆହତ ହୋଇଥିବା ବେଳେ କିଛି ହିନ୍ଦୁ ଭାଇଙ୍କର ମୃତ୍ୟୁ ଘଟିଥିଲା । ଏହି ହିଂସା ଘଟଣାର ପ୍ରତିବାଦରେ ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଓ ବିଜେପି ପକ୍ଷରୁ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବ୍ରଜରାଜନଗର ଅଞ୍ଚଳରେ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଥିଲା । ଆନେ୍ଦାଳନକାରୀମାନେ ସକାଳୁ ବାହାରି ଦୋକାନ ବଜାର ବନ୍ଦ କରିବା ପାଇଁ ପିକେଟିଂ କରିବା ସହିତ ଟାୟାର ଜାଳି ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ରାସ୍ତାକୁ ଅବରୋଧ କରିଥିଲେ । ବନ୍ଦ ପାଳନ ଯୋଗୁଁ ଭାରିଯାନ, ବସ, ଯାତ୍ରୀବାହୀ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ବାଇକ ଓ ଅତି ଆବଶ୍ୟକ ଗାଡି ଚଳାଚଳ ସ୍ୱାଭାବିକ ଥିଲା । ବ୍ରଜରାଜନଗର ମୁଖ୍ୟ ସହର ସମେତ ଗାନ୍ଧିଛକ, ମଣ୍ଡଳିଆ, ଲମଟିବାହାଲ, ଇଏସଆଇ ଛକ ଆଦି ଅଞ୍ଚଳର ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ବ୍ୟାବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସ୍କୁଲ ଗୁଡିକ ବନ୍ଦ ରହିଥିଲା ।

Leave a Reply