Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୌଦ୍ଧ ବନ୍ଧରେ ବିଭିନ୍ନ ଅଞ୍ଚଳର ଲୋକେ ସ୍ୱେଚ୍ଛାକୃତ ଭାବେ ସଂପୂର୍ଣ୍ଣ ରୂପେ ସମର୍ଥନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୌଦ୍ଧ ବନ୍ଧରେ ବିଭିନ୍ନ ଅଞ୍ଚଳର ଲୋକେ ସ୍ୱେଚ୍ଛାକୃତ ଭାବେ ସଂପୂର୍ଣ୍ଣ ରୂପେ ସମର୍ଥନ

ବୌଦ୍ଧ: ସମ୍ବଲପୁର ସହରରେ ଗତ ବୁଧବାର ଦିନ ହନୁମାନ ଜୟନ୍ତୀ ଉପଲକ୍ଷେ ବାହାରିଥିବା ଏକ ମୋଟର ସାଇକେଲ ଶୋଭାଯାତ୍ରା ଦଳ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ଏବଂ ଶୁକ୍ରବାର ନିର୍ଦ୍ଧିଷ୍ଟ ଏକ ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା ଜଣେ ଯୁବକଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯିବା ପ୍ରତିବାଦରେ ବଜରଙ୍ଗ ଦଳ ପକ୍ଷରୁ ବୌଦ୍ଧରେ ୧୨ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି । ବୌଦ୍ଧ ବଜରଙ୍ଗ ଦଳର ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା ।ଆଜି ଉକ୍ତ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ମାନେ ସକାଳ ୬ଟା ରୁ ପିକେଟିଂ କରି ବୌଦ୍ଧ ସହରର ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ କକ୍ଷର୍ୟାଳୟ ,ଯାନବାହନ,ସ୍କୁଲ କଲେଜ ଆଦି ବନ୍ଦ କରିଥିଲେ ।ଏହାର ପ୍ରଭାବ ଜିଲ୍ଲାର କଣ୍ଟାମାଳ, ହରଭଙ୍ଗା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି ।ଜିଲ୍ଲାରେ ଏହି ବନ୍ଦ ପାଳନକୁ ବିଭିନ୍ନ ଅଞ୍ଚଳର ଲୋକେ ସ୍ୱେଚ୍ଛାକୃତ ଭାବେ ସଂପୂର୍ଣ୍ଣ ରୂପେ ସମର୍ଥନ କରିଥିବା ପରିଲକ୍ଷିତ ହୋଇଛି । ବଜରଙ୍ଗ ଦଳ ପକ୍ଷରୁ ଆହ୍ୱାନ କରାଯାଇଥିବା ଏହି ହରତାଳକୁ ବିଭିନ୍ନ ସଙ୍ଗଠନ ଓ ଜିଲ୍ଲା ଭାଜପା ମଧ୍ୟ ସମର୍ଥନ କରିଛି । ସମ୍ବଲପୁର ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହି ରାଜ୍ୟ ସରକାର ଚାହିଁଥିଲେ ଏଭଳି ପରିସ୍ଥିତିକୁ ଏଡାଯାଇ ପାରିଥାନ୍ତା ବୋଲି ଆନେ୍ଦାଳନ କାରୀ ମାନେ ମତବ୍ୟକ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Leave a Reply