Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାସ୍ତୁ ଦୋଷ ଯୋଗୁ ହେଲେଣି ନାକେଦମ, ବିଘ୍ନ ବିନାଶନଙ୍କ ଆରାଧନା କରି ପାଆନ୍ତୁ ମୁକ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାସ୍ତୁ ଦୋଷ ଯୋଗୁ ହେଲେଣି ନାକେଦମ, ବିଘ୍ନ ବିନାଶନଙ୍କ ଆରାଧନା କରି ପାଆନ୍ତୁ ମୁକ୍ତି

ପ୍ରଭୁ ଗଣେଶ ହେଉଛନ୍ତି ବିଘ୍ନ ବିନାଶନ । ତାଙ୍କ ପୂଜା କଲେ ଦୂର ହୋଇଯାଏ ସବୁ ବାଧା । ତେଣୁ ପ୍ରଭୁ ଗଣେଶଙ୍କ ପୂଜା କଲେ ଓ ତାଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କଲେ ଘରର ବାସ୍ତୁ ଦୋଷ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଠିକ୍ ଉପାୟରେ ଗଣେଶଙ୍କ ପୂଜା କରିବା ସହ ଠିକ୍ ଦିଗରେ ତାଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରିବା ଉଚିତ । ନଚେତ ଫଳ ଓଲଟା ମିଳିପାରେ । –ସମୟ ସମୟରେ ବାସ୍ତୁ ଦୋଷ ପ୍ରଭାବରେ ଘର ସଦସ୍ୟଙ୍କ ଶାରୀରିକ ସମସ୍ୟା ସହ ମାନସିକ ଦୁଶ୍ଚିନ୍ତା ବି ଲାଗି ରୁହେ । ଏପରିକି ଘର ଆର୍ଥôକ ଦୁର୍ଗତି ଦେଇ ଗତି କରେ । ଏପରି ସ୍ଥିତିରେ ବାସ୍ତୁ ଦୋଷ ଦୂର କରିବାକୁ ଘରକୁ ଭଙ୍ଗା ଭଙ୍ଗି କରିବାକୁ ବି ବହୁତ ଜ୍ୟୋତିଷ ପରାମର୍ଶ ଦେଇଥାନ୍ତି । ଏପରି ସମସ୍ୟାରୁ ମୁକୁଳିବାକୁ ଚାହୁଁଥିଲେ ଘର ଭଙ୍ଗାଭଙ୍ଗି କରିବା ପରିବର୍ତ୍ତେ ଗଜାନନଙ୍କ ପୂଜା କରନ୍ତୁ । –ଯଦି ସମସ୍ୟା ଆପଣଙ୍କ ଘର, ପରିବାରର ପିଛା ଛାଡ଼ୁନି, ଏପରି ସ୍ଥିତିରେ ଘରେ ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତି ବା ଫଟୋ ଲଗାନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ, ଏହି ଫଟୋକୁ ଘରର ମୁଖ୍ୟ ଦ୍ୱାରରେ ଏପରି ଲଗାନ୍ତୁ ଯେପରି ଗୋଟିଏ ଫଟୋ ଘର ବାହାରକୁ ଆଉ ଗୋଟିଏ ଭିତରକୁ ରହିବ । ଫଟୋ ୨ଟି ଏପରି ଲଗାନ୍ତୁ ଯେପରି ପରସ୍ପରର ପିଠି ଲାଗିକି ରହିବ । ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ସମାପ୍ତ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଏପରିକି ଘରକୁ ସୁଖ ସମୃଦ୍ଧି ଫେରି ଆସେ । –ଯଦି ଘରର ଏକ ସ୍ଥାନ ଯୋଗୁ ସମସ୍ୟା ଦେଖାଦେଉଥିବା ସନେ୍ଦହ ପ୍ରକଟ ହୁଏ, ତେବେ ତାହାକୁ ଭାଙ୍ଗନ୍ତୁ ନାହିଁ । ସେହି ସ୍ଥାନରେ ଥିବା କାନ୍ଥରେ ସିନ୍ଦୂରରେ ସାସ୍ୱିକ ଚିହ୍ନ କରାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ବାସ୍ତୁ ଦୋଷର ପ୍ରଭାବ ଧିରେ ଧିରେ କମି ଯାଇଥାଏ । ଏଥିସହ ଭଗବାନ ଗଣେଶଙ୍କ ଆର୍ଶିବାଦରୁ ଘରେ ସୁଖ ଶାନ୍ତି ବିରାଜମାନ କରିବା ସହ ଧନ ବୃଦ୍ଧି ହୋଇଥାଏ । –ବାସ୍ତୁ ଅନୁଯାୟୀ, ଘରେ କିମ୍ବା କାର୍ଯ୍ୟସ୍ଥଳରେ ବାସ୍ତୁ ଦୋଷ ଦୂର କରିବାକୁ ଗଣେଶଙ୍କ ଫଟୋ ଲଗାଇ ପାରନ୍ତି । ମୁଖ୍ୟତଃ ଘରର ଦକ୍ଷିଣ ବା ନିସୃତ କୋଣରେ ବକ୍ରତୁଣ୍ଡ ଗଣେଶଙ୍କ ପ୍ରତିମା କିମ୍ବା ଫଟୋ ଲଗାଇ ପାରନ୍ତି । କିନ୍ତୁ ଏହାକୁ ଧ୍ୟାନ ରଖନ୍ତୁ, ଯେପରି ପ୍ରତିମା କିମ୍ବା ଫଟୋର ମୁହଁ କୌଣସି ବି ସ୍ଥିତିରେ ଦକ୍ଷିଣ ଦିଗ କିମ୍ବା ନିସ୍ତୃତ କୋଣକୁ ନ ଅନାଇବ । ଏପରି ହେଲେ ଏହାର ବିପରିତ ପ୍ରଭାବ ଘର ସଦସ୍ୟଙ୍କ ଉପରେ ପଡ଼ିବ । –ଗଣେଶଙ୍କ ଆରାଧନା କଲେ ବହୁ ବାଧାବିଘ୍ନ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ତ ତାଙ୍କୁ ବିଘ୍ନ ବିନାଶନ କୁହାଯାଇଥାଏ । ହେଲେ ବାସ୍ତୁ ଅନୁଯାୟୀ, ଘରେ ବସିଥିବା ଗଣେଶଙ୍କ ଫଟୋ ଓ ଅଫିସରେ ଛିଡ଼ା ହୋଇଥିବା ଗଣେଶଙ୍କ ଫଟୋ ଲଗାଇବା ଉଚିତ । କିନ୍ତୁ ଏତିକି ଧ୍ୟାନ ରଖିବା ଉଚିତ ଯେପରି ଛିଡ଼ା ହୋଇଥିବା ଗଣେଶଙ୍କ ୨ ପାଦ ଭୂମିକୁ ସ୍ପର୍ଶ କରୁଥିବା । ଏପରି ହେବା ଦ୍ୱାରା ବ୍ୟବସାୟରେ ସ୍ଥିରତା ଆସିଥାଏ ଓ ଝଡ଼ଝଞ୍ଜା ଦୂର ହୋଇଯାଇଥାଏ

Leave a Reply