Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଲ୍ୟକାଳରୁ ମା’ମାନେ ଶିଶୁକୁ ଭଲ ମଣିଷ ହେବାର ବାଟ ବତେଇଥାନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଲ୍ୟକାଳରୁ ମା’ମାନେ ଶିଶୁକୁ ଭଲ ମଣିଷ ହେବାର ବାଟ ବତେଇଥାନ୍ତି

ଆଳି : ମା’ ମାନେ ହିଁ ଶିଶୁ ଟିକୁ ବାଲ୍ୟକାଳରୁ ଭଲ ମଣିଷ ହେବାର ରାସ୍ତା ଦେଖାଇଥାନ୍ତି ବୋଲି ଗତ ଗୁରୁବାର ପବିତ୍ର ସରସ୍ୱତୀ ପୂଜା ଦିନ ଆଳି ସରସ୍ୱତୀ ଶିଶୁ ଓ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ମାତୃସମ୍ମିଳନୀରେ ଅତିଥି ମାନେ ଏହା ପ୍ରକାଶ କରିଛନ୍ତି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ତଥା ଗାଳ୍ପିକ ଶିକ୍ଷାବିତ୍ ବନମାଳୀ ସେନାପତିଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । କୋଭିଡ ପରେ ବିଦ୍ୟାଳୟ ପରିସରରେ ପ୍ରଥମ କରି ଏହି ଉତ୍ସବ ଆୟୋଜିତ ହୋଇଥିଲା । ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ର ବିଶିଷ୍ଟ ପ୍ରବଚକ ତଥା ଶିକ୍ଷାବିତ୍ ହୃଷୀକେଶ ରଥ କହିଲେ ଯେ ପୁରାଣ କିମ୍ବା ଇତିହାସ ପୃଷ୍ଠାକୁ ଉନ୍ମୋଚନ କଲେ ଆମେ ଅନେକ ବୀର ପୁରୁଷ ଓ ମହାନ ସନ୍ନ୍ୟାସୀମାନଙ୍କୁ ଭେଟିଥାନ୍ତି । ଏହି ମହାନ ବ୍ୟକ୍ତି ମାନେ ସେମାନଙ୍କ ମା’ମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା କଥାକୁ କେହି ଅସ୍ୱୀକାର କରିପାରିବ ନାହିଁ । କାରିଗର ମାଟି ପିଣ୍ଡୁଳାରୁ ସୁନ୍ଦର ମୂର୍ତ୍ତିଟିଏ ଗଡିଲା ଭଳି ମା’ ମାନେ ଶିଶୁ ଟିକୁ ମଣିଷ କରି ଗଢିଥାନ୍ତି । ତେଣୁ ମଣିଷ ତିଆରି କାରଖାନା ରେ ମା’ମାନେ ହେଉଛନ୍ତି ପ୍ରଥମ କାରିଗର ଯେ ଶିଶୁ ଟିକୁ ଭଲ ମଣିଷଟିଏ ହେବା ପାଇଁ ପ୍ରେରଣା ଯୋଗାଇଥାଏ । ବୋଲି କହିଥିଲେ । ସମ୍ମିଳନୀ ଆରମ୍ଭ ରେ ପ୍ରଥମେ ଅନୁଷ୍ଠାନରେ ପହଞ୍ଚି ଥିବା ମା’ବିଭାସିନୀ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ କୁ ଉଦଘାଟନ କରିଥିଲେ । ଶିଶୁ ବିଦ୍ୟାମନ୍ଦିରର ଛୋଟ ଛୋଟ ଛାତ୍ର ଛାତ୍ରୀମାନେ ବନ୍ଦନା ଓ ପ୍ରାର୍ଥନା କରିଥିଲେ ଓ ସହ ସମ୍ପାଦକ ରଂଜନ କୁମାର ପାତ୍ର ସ୍ୱାଗତ ଭାଷଣ ଭାଷଣ ଦେଇଥିଲେ । ସଂପାଦକ ସୁଶାନ୍ତ ଦାଶ ତାଙ୍କ ଭାଷଣରେ ମା ମାନଙ୍କୁ ଶିଶୁ ଟିଏ ଗଠନ ରେ ସେମାନଙ୍କ ଶ୍ରମ ଓ ଭୂମିକା କୁ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ । ସୁଶ୍ରୀ ଜାନକୀ କୁମାରୀ ଦାସ ଉତ୍ସବର ଉଦେ୍ଦଶ୍ୟ ଜ୍ଞାପନ କରିଥିବା ବେଳେ ସହ ପ୍ରଧାନ ଆଚାର୍ଯ ଅମର କୁମାର ବାରିକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମା ମାନଙ୍କ ମଧ୍ୟରେ ଶଙ୍ଖ ବଜେଇବାରେ ଏକ ପ୍ରତିଯୋଗିତା ହୋଇଥିଲା । ସହକାରୀ ଆଚାଯ୍ୟା ତୃପ୍ତି ଲତା ସ୍ୱାଇଁ ଓ ଛାତ୍ରୀ ଶୁଭଶ୍ରୀ ସାହୁ ବ୍ୟକ୍ତି ଗତ ସଂଗୀତରେ ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲେ । ଉପ ସଭାପତି କଳ୍ପନା ପଣ୍ଡା ଉତ୍ସବରେ ଉପସ୍ଥିତ ଥିଲେ ଓ ସଞ୍ଜୁଲତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply