ବାଲେଶ୍ଵର: ବାଲେଶ୍ବରରେ ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ୧୯୪୯ ମସିହା ଜୁଲାଇ ୯ ତାରିଖରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏକ ଅଣରାଜନୈତିକ ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଭାବରେ ଏବିଭିପି ଜନ୍ମ ଲାଭ କରିଥିଲା । ଏହି ପ୍ରତିଷ୍ଠା ଦିବସକୁ ଏବିଭିପି ବାଲେଶ୍ଵର ପକ୍ଷରୁ ଅତି ଆଡମ୍ବର ସହକାରେ ପାଳନ କରାଯାଇଥିଲା । ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରୁ ମାରାଥନ ଆରମ୍ଭ ହୋଇ ଗାନ୍ଧୀସ୍ମୃତି ଭବନରେ ଶେଷ ହୋଇଥିଲା । ଏଥିରେ ସହଦେବଖୁଣ୍ଟା ଆଇଆଇସି ଅଜୟ କୁମାର ମୁର୍ମୁ ମୁଖ୍ୟଅତିଥି ଭାବେ
ଯୋଗ ଦେଇଥିଲେ। ଏବିଭିପି ଓଡ଼ିଶାର ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ପଣ୍ଡା, ଶୁଭ୍ରସମ୍ବିତ ନାୟକ, ବାଲେଶ୍ବର ଜିଲ୍ଲା ପ୍ରମୁଖ ଅଧ୍ୟାପିକା
ଲେଖାରାଣୀ ଦାସ, ବାଲେଶ୍ଵର ଏବିଭିପିର ପୂର୍ବତନ ବିଭାଗ ପ୍ରମୁଖ ଚନ୍ଦ୍ରଶେଖର ନନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ନଗରର ବିଭିନ୍ନ ମହାବିଦ୍ୟାଳୟରୁ ପାଖାପାଖି ୨୦୦ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଭାଗ ନେଇଥିଲେ। ମୁଖ୍ୟବକ୍ତା କ୍ଷୀରୋଦ ପଣ୍ଡା ଏବିଭିପି କିଭଳି ବିଦ୍ୟାର୍ଥୀମାନଙ୍କ ସ୍ବର ସାଜି କ୍ୟାମ୍ପସରେ ଶିକ୍ଷା ସମସ୍ୟା ସମାଧାନର ରାସ୍ତା ସାଜିଛି, ସେଦିଗରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଜ୍ୟୋତିରେଖା ଭୂୟାଁ, ସହ ସଂଯୋଜକଜତମ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ପ୍ରିୟାଶ ମହାପାତ୍ର, ଭବେଶ ତରାଇ, ସନ୍ତୋଷ ସେଠୀ, ଶ୍ରୀୟା ପାଢୀ, ସସ୍ମିତା ମଣ୍ଡଳ, ଦେବସ୍ମିତା। ପାତ୍ର, ରଘୁନାଥ ମାଝୀ, ଭବେଶ ବେହେରା, ଗଣେଶ କର ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ଵ ନେଇଥିଲେ।