Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଲିପାଟଣା ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଲିପାଟଣା ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ

ବାଲିପାଟଣା : ଆଜି ଅପରାହ୍ନରେ ବାଲିପାଟଣାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ୮ମ ବାର୍ଷିକ ଉତ୍ସବ ମେଲଣ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ପରିଷଦ ସଭାପତି ମୀନକେତନ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା, ଶିକ୍ଷା ବିକାଶ ସମିତିର ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, କୁନି ପର୍ବତାରୋହୀ ଆରାଧ୍ୟା ଜେନା ଓ କଣ୍ଠଶିଳ୍ପୀ ଉମାକାନ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିବା ପରେ ଅଧ୍ୟକ୍ଷ ଘନ ଶ୍ୟାମ ଭୋଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସମ୍ପାଦକ ଭରତ ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଗୀତିକାର ତଥା ସଙ୍ଗୀତ ନିଦେ୍ର୍ଦଶକ ରବି କୁମାର୍ ସଙ୍ଗୀତ ପରିବେଷଣ କରିଥିଲେ । ଆରାଧ୍ୟା ଜେନାଙ୍କୁ ତାଙ୍କର କୃତି ପାଇଁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ସର୍ବଶେଷରେ ଶିଶୁ କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ ।

Leave a Reply