Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାମରା ରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାମରା ରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ବାମରା: ସମ୍ବଲପୁର ସହରରେ ଗତ ୧୨ ଓ ୧୪ ତାରିଖ ଦିନ ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ରାଲି ସମୟରେ ହୋଇଥିବା ଅଘଟଣ ତଥା ହିଂସାକାଣ୍ଡ ଘଟଣାକୁ ନେଇ ଗତକାଲି ଅର୍ଥାତ ବୁଧବାର ଦିନ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରାରେ ୧୪ ଜିଲ୍ଲା ବନ୍ଦ ଡାକରାକୁ ସମର୍ଥନ କରିଥିଲେ । ସମ୍ବଲପୁର ଜିଲ୍ଲାର ସମସ୍ତ ବ୍ଲକ୍, ସବ୍ଡିଭିଜନ ବନ୍ଦ ରହି ଥିବାବେଳେ ବାମରାରେ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ କରି ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସ୍ଥାନୀୟ ବଜରଙ୍ଗ ଦଳ ସଂଯୋଜକ ରିତେଶ ଅଗ୍ରୱାଲଙ୍କ ସମେତ ସହ ସଂଯୋଜକ ଋଷଭ ସାହୁ, ବିଷ୍ଣୁ ଅଗ୍ରୱାଲ, ସଂଘର ସମ୍ବଲପୁର ଜିଲ୍ଲା (ଗ୍ରାମୀଣ) କାର୍ଯ୍ୟବାହ ସୋମନାଥ କେଶରୀଙ୍କ ନେତୃତ୍ୱରେ ସଂଗ୍ରାମ ସାହୁ, ନିତୀଶ ଚୌଧୁରୀ, ରାଜୁ ଦୁବେ, ସୁଶୀଲ ଅଗ୍ରୱାଲ, ନିଖିଲ ସିଂ, ରାହୁଲ ସାହୁ, ଅନୁପ ଶର୍ମା ପ୍ରମୁଖ ସାମିଲ ହୋଇଥିଲେ । ସମସ୍ତେ ବାଇକ ରାଲିରେ ବାହାରି ବାମରା ଷ୍ଟେସନବସ୍ଥି ବିଜୁପଟ୍ଟନାୟକ ଛକ, ଷ୍ଟେସନବସ୍ତି, ଗଡପୋଷ ଛକ, ବସଷ୍ଟେଣ୍ଡ ଛକ, ବ୍ଲକ ଛକ, ଗୁର୍ଲା ଛକ, ମୁଣ୍ଡାଢିପା ଛକ ଆଦି ଅଞ୍ଚଳରେ ପିକେଟିଙ୍ଗ କରି ଦୋକାନ ବଜାର ବନ୍ଦ କରିଥିଲେ । ବାମରାରେ ଥିବା ସମସ୍ତ ବ୍ୟାଙ୍କ, ବ୍ଲକ୍ ଅଫିସ୍, ପୋଷ୍ଟ ଅଫିସ, ତହସିଲ ଅଫିସ, ସମେତ ସମସ୍ତ ସରକାରୀ ଅଫିସ ଓ ବେସରକାରୀ ସଂସ୍ଥା ବନ୍ଦ କରିଥିଲେ । କେବଳ ଜରୁରୀ ସେବାକୁ ବାଦ ଦିଆଯାଇଥିଲା । ବନ୍ଦ ଯୋଗୁଁ ବାମରା-ରାଉରକେଲା, କୁଚିଣ୍ଡା-ବାମରା, ବାମରାକିରେଇ, ବାମରା-ଗଡପୋଷ, ବାମରା-ଲଇକେରା, ବାମରା-ଝାରସୁଗୁଡ଼ା, ବାମରାସମ୍ବଲପୁର ରାସ୍ତା ରୁଟର ସମସ୍ତ ଯାତ୍ରୀ ବାହୀ ବସ୍ ସେବା ବନ୍ଦ ରହିଥିଲା ।

Leave a Reply