ଚାଲାଣ ବେଳେ ୨ ଗାଈ ଉଦ୍ଧାର
ଶୂଳିଆପଦା: ବିଭିନ୍ନ ସମୟରେ ପୁଲିସ ଗୋରୁ ଗାଡ଼ି ଜବତ୍ କରୁଥିଲେ ମଧ୍ୟ ଏହାକୁ ଗୋରୁ ବେପାରି ଖାତିର ନ କରି ପ୍ରତିଦିନ ଶହ ଶହ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଶୁଳିଆପଦା ବ୍ଲକ୍ ସୀମାନ୍ତବର୍ତ୍ତୀ ବାଘଡ଼ା ଦେଇ ଗୋରୁ ଦଲାଲମାନେ ଚୋରାରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରୁଛନ୍ତି। ୧୬ ତାରିଖ ଦିନ ସକାଳ ୬ଟା ସମୟରେ ଗୋଟିଏ ଟେମ୍ପୋରେ ୨ଟି ଗାଈ ଓ ଗୋଟିଏ ବାଛୁରି ଚୋରା
ଚାଲାଣ ସମୟରେ ଶୁଳିଆପଦା ପୁଲିସ ଉକ୍ତ ଗାଡ଼ିକୁ ସୀମାନ୍ତବର୍ତ୍ତୀ ବାଘଡ଼ା ପଞ୍ଚାୟତର ରଖଣିଶୋଳ ଠାରେ ଅଟକାଇ ଗୋରୁକୁ ଉଦ୍ଧାର କରିଥିବା ବେଳେ ଚାଳକ ସେକ୍ ସୁଲତାନ୍କୁ ଅଟକ ରଖିଛି ଏ ନେଇ ଶୁଳିଆପଦା ଥାନା କେସ୍ ୧୫୦/୨୫ରେ ଏକ ମାମଲା ରୁଜୁ ହୋଇଛି ।