Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୋଟଳ ଏକ ଉପାଦେୟ ପରିବା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୋଟଳ ଏକ ଉପାଦେୟ ପରିବା

ସମସ୍ତେ ପୋଟଳ ଖାଇବାକୁ ଭଲ ପାଆନ୍ତି । ଏହା ଏକ ଉପାଦେୟ ପରିବା । ଏଥିରେ ବିଭିନ୍ନ ଖାଦ୍ୟ ପ୍ରାଣ ସହ କିଛି ମାତ୍ରାରେ ଫସ୍ଫରସ୍, ପୋଟାସିୟମ ଓ ମ୍ୟାଗ୍ନେସିୟମ୍ ମଧ୍ୟ ମିଳିଥାଏ । ନିୟମିତ ପୋଟଳ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ଜ୍ୱର, ପିତ୍ତ, ହୃଦ୍ରୋଗ, କାଶ, କଫ, ଶ୍ୱାସ ଓ ରକ୍ତଚାପ ଆଦି ରୋଗ ଭଲ ହେବାରେ ପୋଟଳ ସାହାଯ୍ୟ କରେ । ଶହେ ଗ୍ରାମ୍ ପୋଟଳରୁ ପୁଷ୍ଟିସାର ୨.୦ ଗ୍ରାମ୍, ଶ୍ୱେତସାର ୨.୨, ସ୍ନେହସାର ୦.୩ ଗ୍ରାମ୍, କ୍ୟାଲସିୟମ ୩୦ ମିଲିଗ୍ରାମ, କ୍ୟାଲସିୟମ ୩୦ ମି.ଗ୍ରା, ଲୌହ ୧.୭ ଗ୍ରାମ୍, ଭିଟାମିନ୍-ଏ, ୩୮ ମାଇକ୍ରୋଗ୍ରାମ୍, ଭିଟାମିନ୍-ବି ୦.୦୫ ଗ୍ରାମ୍, ଭିଟାମିନ୍-ସି, ୨୯ ମିଲିଗ୍ରାମ୍, ଶକ୍ତି ୨୦ କି.କ୍ୟାଲରୀ ମିଳିଥାଏ । ଏହାର ଔଷଧୀୟ ଗୁଣ: ଏହା କାଶ, ଜ୍ୱର, କୃମି ନାଶ କରେ । ବାତ, ପିତ୍ତ ଓ କଫ ଏହି ତିନି ଦୋଷକୁ ନାଶ କରେ । ପୋଟଳ ପତ୍ର ରସରେ ଅଳ୍ପ ମହୁ ମିଶାଇ ସେବନ କଲେ ସବୁ ପ୍ରକାର ଜ୍ୱର ଏବଂ ମସ୍ତିଷ୍କ ବିଭ୍ରମ ଭଲ ହୁଏ । ପୋଟଳ ପତ୍ର ରସରେ ଅଳ୍ପ ଘିଅ ମିଶାଇ ଶିଶୁମାନଙ୍କୁ ପିଆଇଲେ ସେମାନଙ୍କର କାଶ, ଶ୍ୱାସ, ଏବଂ କୃମିଦୋଷ ଦୂର ହୁଏ । ପୋଟଳ ପତ୍ର ରସକୁ ଗାଈ ଘିଅରେ ଫୁଟାଇ ଥଣ୍ଡା ହେଲା ପରେ ସେଥିରେ ଅଳ୍ପ ମହୁ ମିଶାଇ ମୁଣ୍ଡରେ ମାଲିସ କଲେ ମୁଣ୍ଡ ବୁଲାଇବା, ହାତ ପାଦ ପୋଡା ଜ୍ୱଳା ଭଲ ହୋଇଯାଏ । ପୋଟଳ ପତ୍ରକୁ ହଳଦୀ ସହିତ ବାଟି ବିଭିନ୍ନ ଚର୍ମ ରୋଗ ଓ ଘା’ ଉପରେ ଲେପ ଦେଲେ ତାହା ଭଲ ହୋଇଯାଏ । ପୋଟଳ ସିଝା ଝୋଳ ରୋଗୀମାନଙ୍କ ପାଇଁ ଏକ ଉପାଦେୟ ପଥ୍ୟ । ପୋଟଳ ପତ୍ର ସହ ନିମ୍ବଛେଲି ସିଝାଇ ସେହି କ୍ୱାଥରେ ଗୋଲମରିଚ ଗୁଣ୍ଡ ମିଶାଇ ପାନ କଲେ ପେଟଟଣା, ପେଟ କାମୁଡା, ଅଜୀର୍ଣ୍ଣ, ବାୟୁଦୋଷ ପ୍ରଭୃତି ଦୂର ହୋଇଥାଏ । ପୋଟଳ ଗଛର ଶୁଖିଲା ଲଟା ପତ୍ରକୁ ସିଝାଇ ସେହି ପାଣି ଥଣ୍ଡା ହେଲା ପରେ ସେଥିରେ ଅଦାରସ ଓ ମହୁ ମିଶାଇ ଦିନକୁ ଦୁଇଥର ପାନ କଲେ ପିତ୍ତଜ୍ୱର, ବାନ୍ତି ଶୀଘ୍ର ଭଲ ହୋଇଯାଏ ।

Leave a Reply