Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ସେ ଜିନ୍ଦା ଭାଗ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ସେ ଜିନ୍ଦା ଭାଗ୍


ଇସଲମବାଦ୍: ପାକିସ୍ତାନରେ ମହଙ୍ଗା ମାଡ଼ ଏବେ ଲୋକଙ୍କ ରହିବା ମୁସ୍କିଲ୍ କରିସାରିଲାଣି । ଯୋଗାଣ ଶୃଙ୍ଖଳାରେ ସମସ୍ୟା ହେତୁ ଅନେକ ବଡ଼ ବଡ଼ କମ୍ପାନି ସେମାନଙ୍କ ଅଫିସରେ ତାଲା ଝୁଲାଇଥିବା ବେଳେ ମହଙ୍ଗା ମାଡ଼ରେ ଧନୀ ବ୍ୟକ୍ତିଗଣ ବି ଦେଶ ଛାଡ଼ି ପଳାଉଛନ୍ତି । ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ପାକିସ୍ତାନରେ ଦୁଗ୍ଧ ଲିଟର୍ ପିଛା ୧୫୦ ଟଙ୍କା ହୋଇଥିବା ବେଳେ ଚାଉଳ କିଲୋ ରହିଛି ୨୧୩ ଟଙ୍କା । ସେହିପରି ଅଣ୍ଡା ଗୋଟାକ ୨୧ ଟଙ୍କା ହୋଇଥିବା ବେଳେ ଚିକେନ୍ କିଲୋ ୫୫୦ ଟଙ୍କା, କମଳା କିଲୋ ୧୬୯ ଟଙ୍କା, ଆଳୁ କିଲୋ ୬୬ ଟଙ୍କା ଓ ଟମାଟର୍ କିଲୋ ୧୨୬ ଟଙ୍କା ରହିଛି । ପାକିସ୍ତାନର ବିଦେଶୀ କରଜ ୯୭ ବିଲିୟନ୍ ଡଲାରରୁ ଅଧିକ ରହିଛି, ଯେଉଁଥିରେ ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ, ବିଭିନ୍ନ ଦେଶ, ବିଦେଶୀ ବାଣିଜ୍ୟିକ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ବଣ୍ଡ ବଜାର ଅନ୍ତର୍ଭୁକ୍ତ । ଏହା ଦେଶର ଜିଡିପିର ୮୦ ପ୍ରତିଶତ ଅଟେ । ଏହି କରଜର ଏକ ତୃତୀୟାଂଶ ଭାଗ ଚୀନର ରହିଥିବା ବେଳେ ଏଥିରେ ଚୀନର ସରାକରୀ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ବି ସାମିଲ୍ ଅଛି । ଚୀନକୁ ପାକିସ୍ତାନ ୩୦ ବିଲିୟନ୍ ଋଣ ଫେରସ୍ତ କରିବ । ୨୦୨୨ ମସିହା ଫେବ୍ରୁଆରି ମାସରେ ଏହି ଋଣର ପରିମାଣ ୨୫.୧ ବିଲିୟନ୍ ଡଲାର ଥିଲା । ପାକିସ୍ତାନକୁ ଚୀନ ଯୋଗାଇଥିବା ସହାୟତା ଆଇଏମ୍ଏଫ୍ ଋଣଠାରୁ ୩ ଗୁଣ ଅଧିକ । ଏପଟେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ବି ହ୍ରାସ ପାଇଛି । ଏବେ ଗୋଟାଏ ଡଲାର ମୂଲ୍ୟ ପାକିସ୍ତାନୀ ଟଙ୍କା ୨୭୭.୭୧ ସହ ସମାନ ହେବ । ତେବେ ଯେଉଁଭଳି ଭାବେ ପାକିସ୍ତାନ କରଜରେ ବୁଡ଼ ିବାରେ ଲାଗିଛି ନିଜକୁ ନିଜେ ଦେବାଳିଆ ଘୋଷଣା କରିବା ପାକିସ୍ତାନ ପାଇଁ ଆଉ ବେଶି ଦିନ ନୁହେଁ । ଏବେ ପାକିସ୍ତାନରୁ ଲୋକେ ଦେଶ ଛାଡ଼ି ବହୁଳ ମାତ୍ରାରେ ଅନ୍ୟ ଦେଶକୁ ପଳାଉଛନ୍ତି । ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ କହିବା ଆରମ୍ଭ କରିଛନ୍ତି କି ଏବେ “ପାକିସ୍ତାନ ଜିନ୍ଦାବାଦ୍’ ନୁହେଁ, “ପାକିସ୍ତାନ ସେ ଜିନ୍ଦା ଭାଗ୍’ ଅର୍ଥାତ ପାକିସ୍ତାନରୁ ଜୀବନ ନେଇ ପଳା କହିବାର ସମୟ ଆସିଛି । ୨୦୨୨ ମସିହାରେ ପାକିସ୍ତାନରୁ ୮୩୨, ୩୩୯ ଜଣ ଲୋକ ପଳାଇଥିଲେ । ୨୦୧୬ ମସିହା ପରେ ଏହା ହେଉଛି ସର୍ବାଧିକ । ୨୦୨୧ ମସିହା ତୁଳନାରେ ୨୦୨୨ମ ମସିହାରେ ୨୦୦ ପ୍ରତିଶତ ଲୋକ ପାକିସ୍ତାନ ଛାଡ଼ି ଅନ୍ୟ ଦେଶକୁ ପଳାୟନ କରିଥିବା ରିପୋର୍ଟ ରହିଛି ।

Leave a Reply