Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ

ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍୍ୱିଟରଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ବ୍ଲକ୍ କରିଛି । ଟ୍ୱିଟରରେଜାରି ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ଆଇନଗତଦାବିରେ ବନ୍ଦ କରି ଦିଆଯାଇଛି । ଗାଇଡଲାଇନ ଅନୁଯାୟୀ, କୋର୍ଟଙ୍କ ନିଦେ୍ର୍ଦଶକିମ୍ବା ସରକାରୀ ·ହିଦା ପରି ବୈଧ ଆଇନଗତ ·ହିଦା ଉପରେ ଆକାଉଣ୍ଟକୁଅବରୋଧ କରିବାକୁ ପଡିବ । ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକା,କାନାଡା ଇତ୍ୟାଦି ଅନ୍ୟ ଦେଶରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟଆକ୍ଟିଭ୍ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ କିମ୍ବା ପାକିସ୍ତାନର ସୂଚନାପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ପାକିସ୍ତାନସରକାରଙ୍କ ଟ୍୍ୱିଟର ଆକାଉଣ୍ଟ ଖୋଲିବା ପରେ ସେଠାରେ ଲେଖାଯାଇଛିଭାରତରେ ଏକ ଆଇନଗତ ·ହିଦାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାରଙ୍କଟ୍୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି । ଇଘଓ ରିପୋର୍ଟ ଅନୁଯାୟୀ, ଏହାହେଉଛି ତୃତୀୟ ଥର ପାଇଁ ପାକିସ୍ତାନର ଟ୍ୱିଟର ଆକାଉଣ୍ଟକୁ ଭାରତରେଦେଖିବାକୁ ପ୍ରତିବନ୍ଧକ ଲଗାଯାଇଛି । ଏହାପୂର୍ବରୁ ଜୁଲାଇ ୨୦୨୨ରେପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଭାରତରେ ନିଷେଧକରାଯାଇଥିଲା । ହେଲେ ପରେ ଏହା ପୁନର୍ବାର ଦେଖାଯିବା ଆରମ୍ଭକରିଥିଲା ।ଗତ ବର୍ଷ ଜୁନ୍ ମାସରେ ଟ୍ୱିଟର ଇଣ୍ଡିଆ ମିଳିତ ଜାତିସଂଘ,ତୁର୍କୀ, ଇରାନ ଏବଂ ଇଜିପ୍ଟରେ ଥିବା ପାକିସ୍ତାନ ଦୂତାବାସର ସରକାରୀଟ୍ୱିଟର ଆକାଉଣ୍ଟକୁ ବ୍ଲକ କରାଯାଇଥିଲା । ଏହା ସହିତ ଭାରତ ପାକିସ୍ତାନରେ·ଲୁଥିବା ଅନେକ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଓ ଫେସ୍ୱୁକ ଆକାଉଣ୍ଟ ଉପରେ ବିଭାରତ ବିରୋଧୀ ମିଥ୍ୟା ତଥ୍ୟ ପ୍ରସାରଣ ପାଇଁ ପ୍ରତିବନ୍ଧକ ଲଗାଇଥିଲା ।

Leave a Reply