Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗୁଳି ମାରି ହତ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗୁଳି ମାରି ହତ୍ୟା

ଲାହୋର: ପାକିସ୍ତାନରେ ଆଉ ଜଣେ ହିନ୍ଦୁ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଡାକ୍ତରଙ୍କ ସହାୟକ ଆହତ ହୋଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କରାଚି ମ୍ୟୁନିସିପାଲିଟି କର୍ପୋରେସନର ଅବସରପ୍ରାପ୍ତ ନିଦେ୍ର୍ଦଶକ ତଥା ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିରବଲ ଜେନାନୀଙ୍କୁ ଲିଆରି ଏକ୍ସପ୍ରେସୱେ ନିକଟରେ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ସନ୍ଧ୍ୟାରେ ସହରର ଗାର୍ଡେନ୍ ଅଞ୍ଚଳରେ ଥିବା ତାଙ୍କ ଘରୋଇ କ୍ଲିନିକରୁ ବାହାରକୁ ଆସୁଥିବା ବେଳେ ଆକ୍ରମଣକାରୀମାନେ ଡାକ୍ତରଙ୍କ କାର ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଆଉ ଏଥିରେ ଡାକ୍ତରଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ହତ୍ୟାକାଣ୍ଡର ପୁରା ଭିଡିଓ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଡାକ୍ତରଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଥିବା ପୁଲିସ କହିଛି । ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଡାକ୍ତରଙ୍କୁ ସନ୍ଧ୍ୟା ୬ଟା ୪୬ରେ ଡାକ୍ତରଖାନାକୁ ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏନେଇ ପୁଲିସ କହିଛି ଯେ ପ୍ରାଥମିକ ତଦନ୍ତରୁ ଏହା ଟାର୍ଗେଟ କିଲିଂ ବୋଲି ଜଣାପଡିଛି । କିନ୍ତୁ ଏହାର ପ୍ରକୃତ ଉଦେ୍ଦଶ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଅନ୍ୟପଟେ ପାକିସ୍ତାନ ମେଡିକାଲ ଆସୋସିଏସନ (ପିଏମଏ) ର ସେକ୍ରେଟେରୀ ଡାକ୍ତର ଅବଦୁଲ ଗଫୁର ଶୋରୋ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଉଲ୍ଲେଖ ଥାଉ କି ଏହି ମାସରେ ପାକିସ୍ତାନର ଜଣେ ହିନ୍ଦୁ ଡାକ୍ତରଙ୍କ ଉପରେ ଆକ୍ରମଣର ଏହା ଦ୍ୱିତୀୟ ଘଟଣା । ଏହାପୂର୍ବରୁ ପାକିସ୍ତାନର ହାଇଦ୍ରାବାଦର ଡାକ୍ତର ଧର୍ମଦେବ ରାଠିଙ୍କୁ ତାଙ୍କ ଡ୍ରାଇଭର ହତ୍ୟା କରିଥିଲେ ।

Leave a Reply