Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ମାଗଣା ଅଟା ପାଇଁ ଦଳାଚକଟା: ୧୧ ମୃତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ମାଗଣା ଅଟା ପାଇଁ ଦଳାଚକଟା: ୧୧ ମୃତ

ଇସଲାମାବାଦ: ପାକିସ୍ତାନର ସ୍ଥିତି ସାଂଘାତିକ । ଆର୍ଥିକ ସ୍ଥିତି ଭୁଶୁଡି ପଡିଥିବା ବେଳେ ଦରଦାମ ବୃଦ୍ଧି ଜନତାଙ୍କୁ ନାକରେ କନ୍ଧାଉଛି । ସ୍ଥିତି ଏମିତି ଯେ,ଅତ୍ୟାବଶ୍ୟକ ଜିନିଷ ନପାଇ ଲୁଟ କରୁଛନ୍ତି ଲୋକେ । ଅପରାଧ, ଲୁଣ୍ଠନ, ଡକାୟତି ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଆଉ ଏକ ସାଂଘାତିକ ଘଟଣା ଘଟିଛି । ପାକିସ୍ତାନରେ ସରକାର ବିତରଣ କରୁଥିବା ମାଗଣା ଅଟା ନେବା ପାଇଁ ଦଳାଚକଟା ହୋଇଥିବା ଦେଖିବାକୁ ମିଳିଛି । ମାଗଣା ଅଟା ନେବାକୁ ଠେଲାପେଲା ପରେ ଦଳଚକଟା ହେବାରୁ ଘଟଣାସ୍ଥଳରେ ୧୧ ଜଣଙ୍କ ମୃତୁ୍ୟ ଘଟିଛି । ଏହା ସହିତ ୧୦୦ରୁ ଉର୍ଦ୍ଧ୍ୱ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ଏ ନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପଡୋଶୀ ଦେଶରେ ଦରଦାମ ଆକାଶଛୁଆଁ ହୋଇସାରିଲାଣି । ତେଣୁ ଏଥିରୁ ଆଶ୍ୱସ୍ତି ପାଇଁ ସରକାରଙ୍କ ପକ୍ଷରୁ ପଞ୍ଜାବ ପ୍ରାନ୍ତର କିଛି ଅ ଳରେ ମାଗଣା ଅଟା ଯୋଜନା ଆରମ୍ଭ କରାଯାଇଥିଲା । ତେବେ ଅଟା ନେବା ପାଇଁ ହଜାର ହଜାର ସଂଖ୍ୟାରେ ଜନତା ଏକାଠି ହୋଇଥିଲେ । ଭିଡ ଅଣାୟତ ହେବା ଫଳରେ ଆରମ୍ଭ ହୋଇଯାଇଥିଲା ଦଳା ଚକଟା । ଫଳରେ ସେଠାରେ ୧୧ଜଣଙ୍କର ମୃତୁ୍ୟ ଘଟିଛି । ଅଟା ପାଇଁ ଘଣ୍ଟା ଘ । ଧରି ଅପେକ୍ଷା କରିବା ପରେ ଭିଡ ଅଣାୟତ ହେବାରୁ ଲାଠି ·ର୍ଜ କରିଥିଲା ପୋଲିସ । ଫଳରେ ଠେଲାପେଲା ହୋଇଥିଲା । ପଞ୍ଜାବର ୪ ଜିଲ୍ଲା ସାହିବାଲ, ବହାୱଲପୁର, ମୁଜଫରଗଡ ଓ ଓକାରାରେ ଏବେ ଖାଦ୍ୟ ଅଭାବ ସ୍ଥିତି ଉପୁଜିଲାଣି । ପାକିସ୍ତାନ ସରକାର ବି ସ୍ଥିତି ସୁଧାରିବା ଭଳି ସ୍ଥିତିରେ ନାହିଁ । ପଞ୍ଜାବ ମୁଖ୍ୟମନ୍ତ୍ରୀ ମୋହସିନ୍ ନକବୀ କହିଛନ୍ତି, ଏଭଳି ସ୍ଥିତି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ମାଗଣା ଅଟା ପାଇଁ ଲୋକମାନେ ଏଭଳି ଠେଲାପେଲା ହୋଇଛନ୍ତି ଯାହା ଫଳରେ ୧୧ ଜଣଙ୍କ ମୃତୁ୍ୟ ଘଟିଛି ।

Leave a Reply