Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଇଖାନା କେଉଁ ଦିଗରେ ରହିବା ଉଚିତ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଇଖାନା କେଉଁ ଦିଗରେ ରହିବା ଉଚିତ୍

ଭୁଲ ଦିଗରେ ରହିଲେ କ’ଣ ହୁଏ ସମସ୍ୟା? ଘରଟିଏ କଲା ବେଳେ ଅନେକ ଲୋକ ବେଡ୍ ରୁମ୍ ଠାରୁ ଆରମ୍ଭ କରି ରୋଷେଇ ଓ ଠାକୁର ଘର ସୁଦ୍ଧା ବାସ୍ତୁ ଅନୁସାରେ କରିଥା’ନ୍ତି । ଏପରିକି ପାଇଖାନାକୁ ମଧ୍ୟ ବାସ୍ତୁ ଅନୁସାରେ କରାଯାଏ । କାରଣ ବାସ୍ତୁବିଦ୍ଙ୍କ ମତରେ ଘରେ ଭୁଲ୍ ସ୍ଥାନରେ ପାଇଖାନା ରହିଲେ ଅନେକ ସମସ୍ୟା ଦେଖାଦିଏ । ତା’ହେଲେ ଆସନ୍ତୁ ଜାଣିବା ପାଇଖାନା ଘରର କେଉଁ ସବୁ ସ୍ଥାନରେ ରହିବା ଉଚିତ୍ ନୁହେଁ । ତା’ସହିତ ଘରେ କେଉଁଠି ପାଇଖାନା କରିବା ଉଚିତ୍, ସେ ବିଷୟରେ ବି ଜାଣିବ । ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା ଏନେଇ କ’ଣ କହିଛନ୍ତି, ପଢ଼ନ୍ତୁ । ଘରର ଦ୍ୱାର ପଶ୍ଚିମକୁ ଥାଇ ନୈଋତ (ଦକ୍ଷିଣ-ପଶ୍ଚିମ) କୋଣରେ ପାଇଖାନା ଥିଲେ ଅପମାନଜନକ ସ୍ଥିତି ସୃଷ୍ଟି ହୋଇଥାଏ । ଉତ୍ତର ପାଖରେ ଦ୍ୱାର ଥାଇ ପାଇଖାନା ଥିଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଗୃହରେ ପୂର୍ବ ଭାଗରେ ଦ୍ୱାର ସମ୍ମୁଖରେ ପାଇଖାନା ଥିଲେ ମାରତ୍ମକ ରୋଗ ହୋଇଥାଏ । ଗୃହରେ ଅଗ୍ନିକୋଣ (ଦକ୍ଷିଣ-ପୂର୍ବ)ରେ ପାଇଖାନା ଥିଲେ ଚାକିରି କ୍ଷେତ୍ରରେ ସମସ୍ୟା ଆସିଥାଏ । ଗୃହରେ ପ୍ରବେଶ ଦ୍ୱାରରେ ଶିଡ଼ି ଥିଲେ ଓ ଶିଡ଼ି ତଳେ ପାଇଖାନା ଥିଲେ ଗୃହର ସନ୍ତାନମାନେ ଲଜ୍ଜାଜନକ କାର୍ଯ୍ୟ କରିଥା’ନ୍ତି । ଗୃହରେ ଐଶାନ୍ୟ କୋଣ (ଉତ୍ତର-ପୂର୍ବ)ରେ ଶିଡ଼ି ଥିଲେ ମାନସିକ ଅବସାଦ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖା ଦେଇଥାଏ । ଗୃହରେ ଦକ୍ଷିଣ ଭାଗରେ ପାଇଖାନା ଥିଲେ ଛୁଆମାନେ ବିଦେଶ ଯାଇଥିଲେ ଘରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିନଥା’ନ୍ତି । ପାଇଖାନାକୁ କେବଳ ଘରର ଉତ୍ତର-ପଶ୍ଚିମ ଦିଗରେ କରିବା ଉଚିତ୍ ।

Leave a Reply