Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଶ୍ଚିମଓଡିଶାର ୧୪ ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ପାଳନକୁ ବିଶ୍ବହିନ୍ଦୁ ପରିଷଦ ଓଡିଶା ପୂର୍ବର ସମର୍ଥନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଶ୍ଚିମଓଡିଶାର ୧୪ ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ପାଳନକୁ ବିଶ୍ବହିନ୍ଦୁ ପରିଷଦ ଓଡିଶା ପୂର୍ବର ସମର୍ଥନ

ଭୁବନେଶ୍ୱର : ସମ୍ବଲପୁର ହିଂସା ପ୍ରତିବାଦରେ ବୁଧବାର ଦିନ ରାଜ୍ୟର ୧୪ ଜିଲ୍ଲାରେ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ଅବିଭକ୍ତ କୋରାପୁଟ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମପ୍ରାନ୍ତ ଶାଖା ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ବନ୍ଦ ପାଳନ କରାଯିବ । ସମ୍ବଲପୁରରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ଓ ରାଜ୍ୟ ସରକାରଙ୍କର ଏହି ଘଟଣାରେ ପକ୍ଷପାତିତା ବିରୋଧରେ ୧୯ତାରିଖ ବିଶ୍ୱ ହିନ୍ଦୁ ପରିଷଦ ଓ ଅନେକ ହିନ୍ଦୁ ସଙ୍ଗଠନ ପକ୍ଷରୁ ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଆଦି ଜିଲ୍ଲାରେ ହରତାଳ ନିମନ୍ତେ ଡାକରା ଦିଆଯାଇଛି । ଏହି ୧୨ ଘଂଟିଆ ହରତାଳ ପାଳନକୁ ବିଶ୍ବହିନ୍ଦୁ ପରିଷଦ ଓଡିଶା ପୂର୍ବର ସମର୍ଥନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି । ସମ୍ବଲପୁର ସହରରେ ହନୁମାନ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଓ ହନୁମାନ ଜୟନ୍ତୀ ପାଳନ ଦିନ ଯେଉଁ ଭଳି ଭାବରେ ସାମ୍ପ୍ରଦାୟୀକ ଦଙ୍ଗା ହେଲା ଓ ଏକ ନିର୍ଦ୍ଦିଷ୍ଟ ସମୁଦାୟ ଦ୍ୱାରା ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଏହି ସାମ୍ପ୍ରଦାୟୀକ ଦଙ୍ଗାରେ ଜଣେ ଆଦିବାସୀ ଯୁବକ ଚନ୍ଦ୍ରମଣି ମିର୍ଦ୍ଦାଙ୍କର ମୃତ୍ୟୁ ହୋଇଥିବା ବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଦାମୋଦର କରଙ୍କ ସମେତ ଅନେକ ସାଧାରଣ ଲୋକ, ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମ୍ବଲପୁରର ଯେଉଁ ପରିସ୍ଥିତି ଘଟିଲା ତାହା ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଘଟିଲା । ରାଜ୍ୟ ସରକାର ଚାହିଁଥିଲେ ଆଜି ସମ୍ବଲପୁରରେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା ବୋଲି ବିଶ୍ବହିନ୍ଦୁ ପରିଷଦ ଓଡିଶା ପୂର୍ବର ପକ୍ଷରୁ କୁହାଯାଇଛି ।

Leave a Reply