Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୌସେନାରେ ରାଫେଲକୁ ଗୁରୁତ୍ୱ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୌସେନାରେ ରାଫେଲକୁ ଗୁରୁତ୍ୱ

ଭାରତୀୟ ନୌସେନାରେ ଗର୍ଜିବ ରାଫେଲ ନୂଆଦିଲ୍ଲୀ ୪ ।୧: ପ୍ରଥମେ ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ ଲାଗି ରାଫେଲ ଯୁଦ୍ଧବିମାନ ଚୟନ କରିଥିଲା । ଏବେ ନୌସେନା ମଧ୍ୟ ରାଫେଲକୁ ଗୁରୁତ୍ୱ ଦେଉଛି । ଆସନ୍ତା ମାର୍ଚ୍ଚରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରନ ଭାରତ ଗସ୍ତରେ ଆସିବେ । ତାଙ୍କର ଏହି ଗସ୍ତକାଳରେ ନୌସେନା ଲାଗି ରାଫେଲ ଯୁଦ୍ଧବିମାନ କିଣିବା ନିମନ୍ତେ ଡିଲ ସାଇନ ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ସବୁଠୁ ଯାହା ଉଲ୍ଲେଖନୀୟ ତାହା ହେଉଛି ରାଫେଲ ପାଇଁ ଭାରତୀୟ ନୌସେନା ଆମେରିକୀୟ ଯୁଦ୍ଧବିମାନ ଏଫ/ଏ-୧୮ ସୁପର ହର୍ଣ୍ଣେଟ୍କୁ ଖାରଜ କରିଦେଇଛି । ଏଣୁ ନୌସେନା ନିମନ୍ତେ ରାଫେଲ ଡିଲ ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମରିକ ସମ୍ପର୍କର ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି ଏବେ କୁହାଯାଉଛି । ପ୍ରତିରକ୍ଷା ସୂତ୍ର ଅନୁସାରେ ନୌସେନା ଲାଗି ୨୬ଟି ରାଫେଲ ଏମ୍ ଜେଟ୍ ଫାଇଟର କ୍ରୟ ନିମନ୍ତେ ଫ୍ରାନ୍ସ ସହିତ ଅନେକ ବିଲିୟନ ଡଲାରର କାରବାର ହୋଇପାରେ । ରାଫେଲ ନିର୍ମାତା କମ୍ପାନୀ ଦାସଲ୍ଟ ଏଭିଏସନ ଭାରତ ତାର ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତ ଲାଗି ରାଫେଲ କ୍ରୟ କରିବ ବୋଲି ଏକ ପ୍ରକାର ନିଶ୍ଚିତ । ଏପର୍ଯ୍ୟନ୍ତ ରାଫେଲ ଏମ୍ ର ବ୍ୟବହାର ଇଜିପ୍ଟ, ଇଣ୍ଡୋନେସିଆ ଓ ୟୁଏଇର ନୌସେନାରେ ହେଉଛି । ତେବେ ନୌସେନା ତା ସ୍କ୍ୱାଡ୍ରନ ନିମନ୍ତେ ଫରାସୀ ରାଫେଲ ଅଥବା ଆମେରିକୀୟ ସୁପର ହର୍ଣ୍ଣେଟ କିଣିବ ସେ ନେଇ ନିକଟରେ ଉଭୟ ଫାଇଟର ଜେଟ୍?ର ପରୀକ୍ଷଣ ଉଡାଣ କରିଥିଲା । ତେବେ ଏଥିରେ ନୌସେନା ରାଫେଲକୁ ପ୍ରାଥମିକତା ଦେଇଛି । ନୌସେନା ସ୍କ୍ୱାଡ୍ରନରେ ପୁରୁଣା ହୋଇଯାଇଥିବା ଋଷିଆ ନିର୍ମିତ ଫାଇଟର ଜେଟ୍ ମିଗ୍-୨୯ କେ ଓ ମିଗ୍- ୨୯ କେୟୁବିକୁ ଏବେ ବଦଳାଇବାକୁ ଚାହୁଁଛି । ନୌସେନା ସ୍କ୍ୱାଡ୍ରନରେ ଏହିବିମାନରୁ ଏବେ ୪୧ଟି ମୁତୟନ ଅଛନ୍ତି । ଏହା ବଦଳେ ନୌସେନା ଅନେକ ଯୁଦ୍ଧବିମାନର ସୂଚୀ ପ୍ରସ୍ତୁତ କରିଥିଲା ହେଲେ ଶେଷରେ ଏଫଏ-୧୮ ସୁପର ହର୍ଣ୍ଣେଟ୍ ଓ ରାଫେଲ ଏମ୍ ଥିଲେ ।

Leave a Reply