Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିଆଳୀରେ ରାମଭକ୍ତଙ୍କ ବିଶାଳ ବାଇକ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିଆଳୀରେ ରାମଭକ୍ତଙ୍କ ବିଶାଳ ବାଇକ ଶୋଭାଯାତ୍ରା

ନିଆଳୀ: ରାମନବମୀରେ ରାମଭକ୍ତଙ୍କ ବିଶାଳ ବାଇକ ଶୋଭାଯାତା୍ର ଅନୁଷ୍ଠିତ ହୋଇଯାଇଛି । ଫୁଲନଖରା ନିଆଳୀ ୬୦ ନଂ ରାଜ୍ୟରାଜପଥ ଜୟ ଶ୍ରୀରାମ ଧ୍ୱନୀରେ ହେଲା ପ୍ରକମ୍ପିତ । ହଜାର ହଜାର ବାଇକ ଶୋଭାଯାତ୍ରାରେ ଯୋଗଦେଇ ୩୨ କି:ମି ରାସ୍ତା ପରିକ୍ରମା କରିଛନ୍ତି । ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ ସଦସ୍ୟ ମାନେ ପାଳିଲେ ନିଆରା ଢଙ୍ଗରେ ରାମ ନବମୀ । ରାମଲକ୍ଷ୍ମଣ ସୀତା ହନୁମାନ ବେଷରେ ସଜ୍ଜିତ ଶ୍ରଦ୍ଧାଳୁ ପରିକ୍ରମାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଦୀର୍ଘ ୫ଘଣ୍ଟା ପର୍ଯ୍ୟନ୍ତ ଅଂଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ପ୍ରାୟ ଏକ କି:ମି ରାସ୍ତାରେ ଯାନବାହନ ଲମ୍ବାଲାଇନ୍ ଲଗିଥିଲା । ଏମିତି ନିଆରା ଦୃଶ୍ୟ ସମସ୍ତ ଜନସାଧାରଣଙ୍କ ମନରେ ଶ୍ରଦ୍ଧା ଓ ଭକ୍ତି ଭାବ ସୃଷ୍ଟି କରିବା ସହ ସ୍ୱତଃପ୍ରବୃତ ସମସ୍ତଙ୍କର ସମର୍ଥନ ଏହି ଶୋଭାଯାତ୍ରାକୁ ମିଳିଛି । ଶେଷରେ ନିଆଳୀ ଅଚିହ୍ନା ପଡିଆ ସମ୍ମୁଖରେ ରାମନବମୀ ମହୋସôବ ପାଳନ କରାଯାଇଥିଲା ଯେଉଁଥିରେ ବିଶ୍ୱହିନ୍ଦୁ ପରିଷଦ ନିଆଳୀ ସଂଯୋଜକ ଆଲୋକ କୁମାର ନାୟକ ସଭାପତିତ୍ୱ କରିଥିଲେ । ସେମାନଙ୍କ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦ ପୂର୍ବପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପଣ୍ଡା, ବିଶ୍ୱହିନ୍ଦୁ ପରିଷଦ ପୂର୍ବପ୍ରାନ୍ତ ଉପସଭାପତି, ମାନସ ରଞ୍ଜନ ପଣ୍ଡା,ବିଶ୍ୱହିନ୍ଦୁ ପରିଷଦ କଟକ ଜିଲ୍ଲା ସଭାପତି , ବଜରଙ୍ଗ ଦଳ କଟକ ଜିଲ୍ଲା ସଂଯୋଜକ ଅମୂଲ୍ୟ କୁମାର ପାତ୍ର, ନିଆଳୀ କ୍ଷେତ୍ର ମୋହନ ସେନାପତି, ତି୍ରଲୋଚନ ବେହେରା, ଡା. ଶଶିଜିତ ସ୍ୱାଇଁ, ମହାପାତ୍ର ଧରଣୀଧର ସାହୁ, ପ୍ରଦିପ ନାୟକ, ଶକ୍ତି ରଞନ ନାୟକ, ଜ୍ୟୋତି ରଞନ ବାରିକ, ବିଶ୍ୱଜିତ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

Leave a Reply