Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଲା ପୁରୀ ଏବିଭିପି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଲା ପୁରୀ ଏବିଭିପି

ପୁରୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ଦ୍ବାରା ଓଡ଼ିଶାର ବିପର୍ଯ୍ୟସ୍ତ ଆଇନୀଶୃଙ୍ଖଳା ପରିସ୍ଥିତି ଓ ଶିକ୍ଷାସ୍ଥିତି ବିରୋଧରେ ବିକ୍ଷୋଭ ପ୍ରର୍ଦଶନ କରାଯାଇଛି । ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିଲା ଭଳି ହେଇ ସାରିଲାଣି ଓ ଶିକ୍ଷା ବ୍ୟବସ୍ଥାରେ ବି ବିଭିନ୍ନ ବ୍ୟତିକ୍ରମ ଦେ ଖା ଦେଲାଣି । ଙଝଝଉ ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣ ତ୍ରୁଟି ଏବଂ ପରୀକ୍ଷା ବାତିଲ କରିବା, ମାଟ୍ରିକ୍ ପରୀକ୍ଷାରେ ୧୫୦୦୦ ରୁ ଉର୍ଦ୍ଧ ପିଲା ପରୀକ୍ଷା ନ ଦେବା, ରାଜ୍ୟରେ ମାଳ ମାଳ ଅଧ୍ୟାପକ ପଦବୀ ଖାଲି ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଉଛି । ବିଜେବି କଲେଜ, ମହର୍ଷି କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ପରିସରରେ ଅ ଣଛାତ୍ରଙ୍କ ପ୍ରବେଶ ଏବଂ ଶିକ୍ଷା ପରିସରକଅଶାନ୍ତ କରିବା ସରକାରଙ୍କ ବିପର୍ଯ୍ୟସ୍ତ ଅ ।ଇନ ଶୃଙ୍ଖଳା ଏବଂ ଗୃହ ବିଭାଗର ସୁରକ୍ଷା ବଳୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ଅସଦାଚରଣ ଭଳି ଘଟଣା ଦ ିନକୁ ଦିନ ବଢ଼ିବାରେ ଦେଖିବାକୁ ମିଳୁଛି । ହକି ବିଶ୍ୱକପ ସମୟରେ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପଟିଆ ରେଳ ଷ୍ଟେସନରେ ଗଣ ଦୁଷକର୍ମ କଥା ହେଉ କି ବିଜେବି କଲେଜ ରୁଚିକାକୁ ଆଜି ଯାଏଁ ନ୍ୟାୟ ନ ଦେବା ଘଟଣା ଏହି ଭଳି ବହୁ ମହିଳା ଜନିତ ଅପରାଧରେ ସରକାରଙ୍କ ଫେଲ୍ ନୀତି ଓ ପୋଲିସ ସୁରକ୍ଷା ଫେଲ କାରଣରୁ ଘଟୁଛି । ତେଣୁ ଦାୟିତ୍ୱବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ଏହାକୁ ତୀବ୍ର ବିରୋଧ କରୁଛି । ରାଜ୍ୟର ମୁଖିଆ ଯେତେବେଳେ ଏହି ସବୁ ବିଷୟରେ ଚୁପ୍ ବସିଛନ୍ତି ତାଙ୍କର କୁଶପୁତ୍ତଳିକା ଦାହ କରାଯାଉଛି । ଏହି ଅ ।ନେ୍ଦାଳନର ପ୍ରମୁଖ ବିନ୍ଦୁ ହେଉଛି । ତୁରନ୍ତ ଏହି ସବୁ ବିଷୟକୁ ନିଜେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇ ସମାଧାନ କରନ୍ତୁ ନ ହେଲେ ଗାଦି ଛାଡିଦିଅନ୍ତୁ ଅନ୍ୟଥା ଆଗାମୀ ଦିନରେ ଏବିଭିପି ଏହି ସବୁ ବିଷୟର ଜବାବ ମାଗିବାକୁ ନବୀନ ନିବାସ ପର୍ଯ୍ୟନ୍ତ ଯିବ । ରାଜ୍ୟର ଭୁଷୁଡି ପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଶିକ୍ଷା ସ୍ଥିତିକୁ ବିରୋଧ କରି ଏହି ବିକ୍ଷୋଭରେ ପୁରୀ ନଗରର କାର୍ଯ୍ୟକର୍ତ୍ତା ତାରା ପ୍ରସାଦ ଦାସ, ଶୁଭାଶିଷ ଷଡ଼ଙ୍ଗୀ, ଲକ୍ଷ୍ମୀପ୍ରିୟା ପାତ୍ର ,ସିଦ୍ଧାର୍ଥ ମହାପ ।ତ୍ର,ଆଶୁତୋଷ ମହାରଣା ,ବିଭୁ ପ୍ରସାଦ ଦ ।ସ ,ରଶ୍ମିରଞ୍ଜନ ସାହୁ ,ସ୍ମୃତି ରଞ୍ଜନ ସ୍ୱାଇଁ , ଲିଟୁନା ଦାସ, ସୁରେଶ ହାତୀ ଓ ଅନ୍ୟାନ୍ୟ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ ।

Leave a Reply