Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କଲା ଏବିଭିପି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କଲା ଏବିଭିପି

ଭୁବନେଶ୍ୱର:ଏପ୍ରିଲ 26 ତାରିଖ ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ମହାନଗର ଦ୍ୱାରା ଓଡିଶାର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ଶିକ୍ଷା ସ୍ଥିତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିଲା ଭଳି ହେଇ ସାରିଲାଣି ଓ ଶିକ୍ଷା ବ୍ୟବସ୍ଥାରେ ବି ବିଭିନ୍ନ ବ୍ୟତିକ୍ରମ ଦେଖା ଦେଲାଣି । ଙଝଝଉ ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣ ତ୍ରୁଟି ଏବଂ ପରୀକ୍ଷା ବାତିଲ କରିବା, ମାଟ୍ରିକ୍ ପରୀକ୍ଷାରେ ୧୫୦୦୦ ରୁ ଉର୍ଦ୍ଧ ପିଲା ପରୀକ୍ଷା ନ ଦେବା, ରାଜ୍ୟରେ ମାଳ ମାଳ ଅଧ୍ୟାପକ ପଦବୀ ଖାଲି ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଉଛି । ବିଜେବି କଲେଜ,ମହର୍ଷି କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ କ୍ୟାମ୍ପସ ପରିସରରେ ଅଣଛାତ୍ରଙ୍କ ପ୍ରବେଶ ଏବଂ ଶିକ୍ଷା ପରିସରକୁ ଅଶାନ୍ତ କରିବା ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଗୃହ ବିଭାଗର ସୁରକ୍ଷା ବଳୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ଅସଦାଚରଣ ଭଳି ଘଟଣା ଦିନକୁ ଦିନ ବଢିବାରେ ଦେଖିବାକୁ ମିଳୁଛି । ହକି ବିଶ୍ୱକପ ସମୟରେ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପଟିଆ ରେଳ ଷ୍ଟେସନରେ ଗଣ ଦୁଷ୍କର୍ମ କଥା ହେଉ କି ବିଜେବି କଲେଜ ରୂଚିକାକୁ ଆଜି ଯାଏଁ ନ୍ୟାୟ ନ ଦେବା ଘଟଣା ଏହି ଭଳି ବୋହୁ ମହିଳା ଜନିତ ଅପରାଧରେ ସରକାରଙ୍କ ଫେଲ ନୀତି ଓ ପୋଲିସ ସୁରକ୍ଷା ଫେଲ କାରଣରୁ ଘଟୁଛି । ତେଣୁ ଦାୟିତ୍ୱବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ଏହାକୁ ତୀବ୍ର ବିରୋଧ କରୁଛି । ରାଜ୍ୟର ମୁଖିଆ ଯେତେବେଳେ ଏହି ସବୁ ବିଷୟରେ ଚୁପ୍ ବସିଛନ୍ତି ତାଙ୍କର କୁଶପୁତ୍ତଳିକା ଦାହ କରାଯାଉଛି । ଏହି ଆନ୍ଦୋଳନର ପ୍ରମୁଖ ବିନ୍ଦୁ ହେଉଛି – ଓଡ଼ିଶାରେ ଖାଲି ପଡିଥିବା ଅଧ୍ୟାପକ ପଦକୁ ତୁରନ୍ତ ପୂରଣ କରାଯାଉ । – ମହର୍ଷି କଲେଜ,ବିଜେବି କଲେଜ ଓ ବିଭିନ୍ନ କ୍ୟାମ୍ପସ ରେ ଅଣଛାତ୍ର ଙ୍କଦ୍ୱାରା ବିଦ୍ୟାର୍ଥୀଙ୍କ ଉପରେ ଆକ୍ରମଣ କରିଥିବା ଅପରାଧିଙ୍କୁ ଦଣ୍ଡ ସହ ସମସ୍ତ କ୍ୟାମ୍ପସ୍ ର ସୁରକ୍ଷା – ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଥିବା ମହିଳା ଅପରାଧ ରେ ସମ୍ପୂର୍ଣ୍ଣ ଲଗାମ୍ ଲଗାନ୍ତୁ ସରକାର – ଙଝଝଉ,ମାଟ୍ରିକ ପରୀକ୍ଷାରେ ତ୍ରୁଟି କୁ ସୁଧାରନ୍ତୁ ଓ ଉଚ୍ଚ ସ୍ତରୀୟ ତଦନ୍ତ କରନ୍ତୁ – ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ପରିସ୍ଥିତି ବିରୋଧରେ – ଓଡ଼ିଶାରେ ଖାଲି ପଡ଼ିଥିବା ୨.୨୬ ଲକ୍ଷ ସରକାରୀ ପଦବୀର ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରନ୍ତୁ ସରକାର । ତୁରନ୍ତ ଏହି ସବୁ ବିଷୟ କୁ ନିଜେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇ ସମାଧାନ କରନ୍ତୁ ନହଲେ ଗାଦି ଛାଡିଦିଅନ୍ତୁ ଅନ୍ୟଥା ଆଗାମୀ ଦିନରେ ଏବିଭିପି ଏହି ସବୁ ବିଷୟ ର ଜବାବ ମାଗିବାକୁ ନବୀନ୍ ନିବାସ ପର୍ଯ୍ୟନ୍ତ ଯିବ କ୍ଷରାଜ୍ୟର ଭୁଷୁଡି ପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଶିକ୍ଷା ସ୍ଥିତିକୁ ବିରୋଧ କରି ଏହି ବିକ୍ଷୋଭ ରେ ଭୁବନେଶ୍ୱର ମହାନଗର କାର୍ଯ୍ୟକର୍ତ୍ତା ମହାନଗର ସହ ସମ୍ପାଦକ ବିଶ୍ୱଜିତ୍ ସାହୁ, କେନ୍ଦ୍ରୀୟ କର୍ଯ୍ୟସମିତି ସଦସ୍ୟ ସୁଶ୍ରୀ କବିତା କହଁର, ରାଜ୍ୟ ମିଡିଆ ପ୍ରମୁଖ ବିଶ୍ୱଜିତ୍ ପାତ୍ର, ଶୁଭଶ୍ରୀ ମଲ୍ଲିକ, ରୁବି କୁମାରୀ, ସ୍ୱିଟୀ ସେଠୀ ଆଦି ଉପସ୍ଥିତ ଥିଲେ ।

Leave a Reply