Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ତେନ୍ତୁଳିଖୁଣ୍ଟି: ସମ୍ବଲପୁର ହନୁମାନ ଜୟନ୍ତୀ ସଭାଯାତ୍ରା ସମୟରେ ହୋଇଥିବା ଅମାନବୀୟ ହିଂସାକାଣ୍ଡ ପ୍ରତିବାଦରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଡାକରା ଦେଇଥିବା ଓଡିଶା ବନ୍ଦର ପ୍ରଭାବ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ର ମୁଖ୍ୟ ବ୍ୟବସାୟିକ ଦପ୍ତର ଖାତିଗୁଡା, ତେନ୍ତୁଳିଖୁଣ୍ଟି ଓ ଅଞ୍ଚଳଗୁମା ଗ୍ରାମରେ ଦେଖିବାକୁ ମିଳିଛି । ଆଜି ସକାଳୁ ବିଶ୍ୱ ହିନ୍ଦୁ ପରିଷଦ, ରାମ ସେନା, ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତାମାନେ ମିଳିତ ଭାବେ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଫଳରେ ବନ୍ଦ ପାଳନକୁ ସମର୍ଥନ କରି ଗ୍ରାମର ଦୋକାନ ବଜାର, ବ୍ୟାଙ୍କ, ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ହିନ୍ଦୁ ସଂଗଠନର କର୍ମୀମାନେ ଗାଁର ଛକରେ ସମସ୍ତ ଗାଡି ମୋଟରକୁ ଅଟକାଇ ଥିଲେ ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନ ବାହାନ ଠିଆ ହୋଇ ରହିଥିଲା

Leave a Reply