ଜୁଲାଇ ୩ରୁ ଆରମ୍ଭ ହେଉଛି ପବିତ୍ର ଅମରନାଥ ଯାତ୍ରା

 ଜୁଲାଇ ୩ରୁ ଆରମ୍ଭ ହେଉଛି ପବିତ୍ର ଅମରନାଥ ଯାତ୍ରା । ଏଥିପାଇଁ ପ୍ରଥମ ଦଳ ଆଜି ଜମ୍ମୁ ବେସ୍ କ୍ୟାମ୍ପରେ ପହଞ୍ଚିଛନ୍ତି । ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଯାତ୍ରା ପାଇଁ ଦୁଇଟି ବେସ କ୍ୟାମ୍ପ ଅନନ୍ତନାଗ ଜିଲ୍ଲାର ପହଲଗାମ ଓ ଗନ୍ଦରବଲ ଜିଲ୍ଲାର ବଲତାଲରେ ସ୍ଥାପନ କରାଯାଇଛି । ଶ୍ରଦ୍ଧାଳୁମାନେ ଏହି ବେସ କ୍ୟାମ୍ପରେ ପହଞ୍ଚିବା ପରେ ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରାରମ୍ଭ କରିବେ । ପହଲଗାମର ନୁନଓ୍ବାନ ବେସ କ୍ୟାମ୍ପରୁ ୩୪୦୩ ଜଣ ଶ୍ରଦ୍ଧାଳୁ ଓ ବଲତାଲ ବେସ କ୍ୟାମ୍ପରୁ ୨୪୮୯ ଜଣ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିବେ । 

Leave a Reply