ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନକୁ ମଞ୍ଜୁରି ମିଳିଛି । ମିଶନ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯ ହଜାର ୭୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ ସାଇଟ୍ କାର୍ଯ୍ୟକ୍ରମ ନିମନ୍ତେ ୧୭ ହଜାର ୪୯୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପାଇଲଟ ପ୍ରକଳ୍ପ ପାଇଁ ୧୪୯୯ କୋଟି ଟଙ୍କା, ଗବେଷଣା ଓ ଓ ବିକାଶ ପାଇଁ ୪୦୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ମିଶନ ଉପାଦାନ ନିମନ୍ତେ ୩୮୮ କୋଟି ଟଙ୍କା ଖର୍ଚ୍ଚ ସାମିଲ ରହିଛି । ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ସମ୍ପୃକ୍ତ ଉପାଦାନଗୁଡିକର କାର୍ଯ୍ୟକାରିତା ପାଇଁ ଯୋଜନା ମାର୍ଗଦର୍ଶିକା ପ୍ରସ୍ତୁତ କରିବ । ମିଶନରୁ ୨୦୩୦ ସୁଦ୍ଧା ନିମ୍ନଲିଖିତ ସାମ୍ଭାବ୍ୟ ପରିଣାମ ପ୍ରାପ୍ତ ହେବ : ? ଦେଶରେ ପାଖାପାଖି ୧୨୫ ଜିଡବ୍ଲୁର ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ସହିତ ବାର୍ଷିକ ଅତିକମରେ ୫ ଏମଏମଟି (ମିଲିୟନ ମେଟ୍ରିକ ଟନ) ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ବିକାଶ; ? ଆଠ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋଟ୍ ନିବେଶ, ? ଛଅ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି, ? ମୋଟ୍ ଉପରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜୀବାଶ୍ମ ଇନ୍ଧନ ଆମଦାନୀ ହ୍ରାସ, ? ବାର୍ଷିକ ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ପାଖାପାଖି ୫୦ ଏମଏମଟି ହ୍ରାସ । ମିଶନରୁ ବିଭିନ୍ନ ପ୍ରକାରର ଲାଭ ମିଳିବ, ଯଥା – ସବୁଜ ହାଇଡ୍ରୋଜେନ ଏବଂ ଏହାର ସହାୟକ ଉତ୍ପାଦଗୁଡିକ ନିମନ୍ତେ ରପ୍ତାନି ସୁଯୋଗ ସୃଷ୍ଟି; ଶିଳ୍ପ, ଯାତାୟାତ ଓ ଇନ୍ଧନ କ୍ଷେତ୍ରରେ କାର୍ବନ ନିର୍ଗମନର ହ୍ରାସ; ଆମଦାନୀ କରାଯାଉଥିବା ଜୀବାଶ୍ମ ଇନ୍ଧନ ଓ ଫିଡଷ୍ଟକ ଉପରେ ନିର୍ଭରଶୀଳତାରେ ହ୍ରାସ; ସ୍ୱଦେଶୀ ଉତ୍ପାଦନ କ୍ଷମତାର ବିକାଶ; ରୋଜଗାର ସୁଯୋଗ ସୃଷ୍ଟି; ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ । ଭାରତର ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ଅତିକମରେ ବାର୍ଷିକ ୫ ଏମଏମଟି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି, ଏଥିରୁ ପାଖାପାଖି ୧୨୫ ଜିଡବ୍ଲୁର ଅକ୍ଷୟ ଶକ୍ତି କ୍ଷମତା ସାମିଲ ରହିଛି । ୨୦୩୦ ସୁଦ୍ଧା ଏହି କ୍ଷେତ୍ରରେ ୮ ଲକ୍ଷ କୋଟି ଟଙ୍କାର ନିବେଶ ହେବାର ସମ୍ଭାବନା ରହିଛି ଏବଂ ୬ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ଏହି କ୍ଷେତ୍ରରେ ସୃଷ୍ଟି ହେବ । ୨୦୩୦ ସୁଦ୍ଧା କାର୍ବନ ଡାଇଅକ୍ସାଇଡ୍ ନିର୍ଗମନରେ ବାର୍ଷିକ ପାଖାପାଖି ୫୦ ଏମଏମଟି ହ୍ରାସ ହେବାର ସମ୍ଭାବନା ରହିଛି । ଏହି ମିଶନ ଫଳରେ ସବୁଜ ହାଇଡ୍ରୋଜେନର ଚାହିଦା, ଉତ୍ପାଦନ, ଉପଯୋଗ ଓ ରପ୍ତାନି ନିମନ୍ତେ ସୁବିଧା ମିଳିବ । ସବୁଜ ହାଇଡ୍ରୋଜେନ ଟ୍ରାଞ୍ଜିସନ ପ୍ରୋଗ୍ରାମ (ଏସଆଇଜିଏଚଟି) ନିମନ୍ତେ ରଣନୈତିକ କାର୍ଯ୍ୟକଳାପକୁ ନେଇ, ମିଶନ ଅଧୀନରେ ଦୁଇଟି ଭିନ୍ନ ଆର୍ଥିକ ପ୍ରୋସôାହନ ବ୍ୟବସ୍ଥାଇଲେକ୍ଟ୍ରୋଲାଇଜରର ଘରୋଇ ନିର୍ମାଣ ଏବଂ ସବୁଜ ହାଇଡ୍ରୋଜେନର ଉତ୍ପାଦନ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବ । ଏହା ସମ୍ଭାବନାମୟ ଅନ୍ତିମ ଉପଯୋଗ ବିଶିଷ୍ଟ କ୍ଷେତ୍ର ଏବଂ ଉତ୍ପାଦନ ମାର୍ଗରେ ପାଇଲଟ ପ୍ରକଳ୍ପର ମଧ୍ୟ ସମର୍ଥନ କରିବ । ଅଧିକ ପରିମାଣରେ ଉତ୍ପାଦନ ଏବଂ/କିମ୍ବା ହାଇଡ୍ରୋଜେନର ବ୍ୟବହାରକୁ ସମର୍ଥନ କରିବାରେ ସକ୍ଷମ କ୍ଷେତ୍ରକୁ ଚିହ୍ନଟ କରାଯିବ ଏବଂ ଏଗୁଡିକୁ ସବୁଜ ହାଇଡ୍ରୋଜେନ କେନ୍ଦ୍ର ଭାବେ ବିକଶିତ କରାଯିବ । ସବୁଜ ହାଇଡ୍ରୋଜେନ ଇକୋସିଷ୍ଟମର ପ୍ରତିଷ୍ଠାକୁ ସମର୍ଥନ କରିବା ଲାଗି ଏକ ସକ୍ଷମ ନୀତିଗତ କାର୍ଯ୍ୟକ୍ରମ ବିକଶିତ କରାଯିବ । ଏକ ମଜବୁତ ମାନକ ଓ ନିୟମ ନିର୍ଦ୍ଧାରଣ ବ୍ୟବସ୍ଥା ମଧ୍ୟ ବିକଶିତ କରାଯିବ । ଏହାବ୍ୟତୀତ, ମିଶନ ଅଧୀନରେ ଗବେଷଣା ଓ ବିକାଶ (ରଣନୈତିକ ହାଇଡ୍ରୋଜେନ ନବସୃଜନ ଭାଗିଦାରୀ-ଏସଏଚଆଇପି) ପାଇଁ ଏକ ସରକାରୀ-ଘରୋଇ ଭାଗିଦାରୀ ସୁବିଧା ପ୍ରଦାନ କରାଯିବ; ଗବେଷଣା ଓ ବିକାଶ ପ୍ରକଳ୍ପର ଲକ୍ଷ୍ୟ- ଉନ୍ମୁଖ, ପର୍ଯ୍ୟାୟ ଆଧାରିତ ଓ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ପ୍ରଯୁକ୍ତି ବିକଶିତ କରିବା ଲାଗି ଉପଯୁକ୍ତ ଭାବେ ପ୍ରୋସôାହନ ଦିଆଯିବ । ମିଶନ ଅଧୀନରେ ଏକ ସମନ୍ୱିତ କୌଶଳ ବିକାଶ କାର୍ଯ୍ୟକ୍ରମ ପ୍ରଚଳନ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ, ଏଜେନ୍ସି ଓ ସଂସ୍ଥାନ ମିଶନ ଉଦେ୍ଦଶ୍ୟର ସଫଳ ଉପଲବ୍ଧି ସୁନିଶ୍ଚିତ କରିବା ଲାଗି କେନ୍ଦ୍ରିତ ଓ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବେ । ମିଶନର ସାମଗ୍ରିକ ସମନ୍ୱୟ ଓ କାର୍ଯ୍ୟକାରିତା ନିମନ୍ତେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଉତ୍ତରଦାୟୀ ରହିବ ।