Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚ୍ୟାନେଲଗୁଡ଼ିକ ପରସ୍ପର ବିରୋଧରେ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚ୍ୟାନେଲଗୁଡ଼ିକ ପରସ୍ପର ବିରୋଧରେ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି

ନୂଆଦିଲ୍ଲୀ : ହେଟ୍ ସ୍ପିଚ୍ ମାମଲାରେ ଶକ୍ତ ହୋଇଛନ୍ତି ସୁପ୍ରିମକୋର୍ଟ । କଡା କାର୍ଯ୍ୟାନୁଷ୍ଟାନ କରିବାକୁ ସିଧାସଳଖ ଦେଇଛନ୍ତି ନିଦେ୍ର୍ଦଶ । ଏକ ହେଟ୍ ସ୍ପିଚ୍ ବା ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ହୋଇଥିବା ଆବେଦନ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଟିଭି ଚ୍ୟାନଲେ ଓ ଆଙ୍କରମାନଙ୍କ କାର୍ଯ୍ୟକ୍ରମକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏଥିସହ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ମାମଲାର ଶୁଣାଶି କରିଥିବା ବିଚାରପତି କେ.ଏମ୍ ଜୋସେଫ କହିଛନ୍ତି, ଘୃଣା ସୃଷ୍ଟିକାରୀ ଭାଷଣ ସମାଜ ପାଇଁ ବଡ଼ ବିପଦ । ଭାରତରେ ଏକ ମୁକ୍ତ ଓ ସନ୍ତୁଳିତ ପ୍ରେମର ଆବଶ୍ୟକତା ରହିଛି । ଆଜିକାଲି ସବୁକିଛି ଟିଆରପି ଦ୍ୱାରା ପରିଚାଳିତ ହେଉଛି ଏବଂ ଚ୍ୟାନେଲଗୁଡ଼ିକ ପରସ୍ପର ବିରୋଧରେ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି । ଏଭଳି କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଘୃଣାର ପ୍ରଚାର ପ୍ରସାର କରୁଥିବା ଆଙ୍କରମାନଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଗଣମାଧ୍ୟମ ସମାଜରେ ବିଭେଦ ଓ ବିଭାଜନ ସୃଷ୍ଟି କରିପାରିବ ନାହିଁ ବୋଲି କଡ଼ା ଭାଷାରେ କହିବା ସହ ଖବରକାଗଜ ତୁଳନାରେ ଟିଭି ଚ୍ୟାନେଲ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି ବୋଲି ଜଷ୍ଟିସ୍ ଜୋସେଫ କହିଛନ୍ତି । ଟେଲିଭିଜନରେ ଦେଖାଯାଉଥିବା ଦୃଶ୍ୟ କାରଣରୁ ସମାଜରେ ବିଭାଜନ ସୃଷ୍ଟି ହେଉଛି । ଦର୍ଶକମାନେ ମଧ୍ୟ ଏଭଳି ବିଷୟବସ୍ତୁ ଦେଖିବା ପାଇଁ ସମ୍ପୂର୍ଣ୍ଣ ପରିପକ୍ୱ ବୋଲି ଜଷ୍ଟିସ୍ ଜୋସେଫ କହିଛନ୍ତି । ସେ ଆହୁରି କହିଛନ୍ତି, ଏକ ଲାଇଭ କାର୍ଯ୍ୟକ୍ରମର ନିରପେକ୍ଷତାର ଚାବି ଆଙ୍କରଙ୍କ ହାତରେ ରହିଥାଏ । ଯଦି ଆଙ୍କର ନିରପେକ୍ଷ ନୁହଁନ୍ତି, ତା’ ହେଲେ ସେ କୌଣସି ଏକ ପକ୍ଷକୁ ପ୍ରୋଜେକ୍ଟ କରିବାକୁ ଚାହିଁବେ ଏବଂ ଅନ୍ୟପକ୍ଷକୁ ମ୍ୟୁଟ୍ କରିବେ, ଯାହା ପକ୍ଷପାତିତାର ପ୍ରତୀକ । ତେଣୁ ଏଭଳି ଆଙ୍କରଙ୍କୁ ହଟାଇବା ଦରକାର ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଚାରପତି ଜୋସେଫ କହିଛନ୍ତି ।

Leave a Reply