Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚାଷ ନିଶାରୁ ଚାକିରି ଛାଡ଼ିଲେ ବିର୍ସା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚାଷ ନିଶାରୁ ଚାକିରି ଛାଡ଼ିଲେ ବିର୍ସା


ରାଉରକେଲା : କଥାରେ ଅଛି ‘ ଚାଷ କାମ ଯାହାର, କେଡେ ସୁଖ ତାହାର’ । ଏହି ଉକ୍ତିର ଅର୍ଥକୁ ଭଲ ଭାବେ ବୁଝିଛନ୍ତି ନୂଆଗାଁ ବ୍ଲକ ବାଗଡେଗା ପଞ୍ଚାୟତ ଅନ୍ତର୍ଗତ ଗର୍ଦ୍ଦାର ବିର୍ସା ମାହାତୋ । ଚାଷ ନିଶା ତାଙ୍କୁ ବେଶି ଦିନ ସରକାରୀ ଚାକିରିରେ ବାନ୍ଧି ରଖି ପାରି ନଥିଲା । ଶେଷରେ ସରକାରୀ ଚାକିରି ଛାଡିଥିଲେ । ବିଭିନ୍ନ ପ୍ରକାର ଚାଷ କରି ସୁନ୍ଦରଗଡ଼ ଜିଲ୍ଲାରେ ନିଜକୁ ଜଣେ ସଫଳ ଚାଷୀ ଭାବେ ପ୍ରତିପାଦିତ କରିପାରିଛନ୍ତି । ବର୍ଷକ ବାର ମାସ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି । ତାଙ୍କର ଏକର ଏକର କ୍ଷେତରେ ଫଳୁଛି କୋବି, ବାଇଗଣ, ବନ୍ଧା, ଟାମାଟୋ, ଆଳୁ , ବିନ୍, କଲରା, କାକୁଡି ଓ ଅନ୍ୟାନ୍ୟ ପନିପରିବା । ବଗିଚାରେ ଫଳୁଛି ଆମ୍ବ, ଲେମ୍ବୁ, ଲିଚୁ ଓ ପିଜୁଳି । ଚାକିରିରେ ମାସକୁ ଯେତିକି ଦରମା ପାଉଥିଲେ । ଚାଷରେ ମାସକୁ ତା’ର ୧୦/୧୫ ଗୁଣା ଅଧିକ ରୋଜଗାର କରୁଛନ୍ତି । କେବଳ ନିଜେ ରୋଜଗାର କରୁନାହାନ୍ତି, ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି । ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ୨୦ ଜଣ ଚାଷୀଙ୍କୁ ରୋଜଗାର ଦେଇଛନ୍ତି । ତାଙ୍କ ପୁଅ ମଧ୍ୟ ତାଙ୍କୁ ଏହି ଚାଷ କାମରେ ସହଯୋଗ କରୁଛନ୍ତି । ବିର୍ସାଙ୍କ ଠାରୁ ଚାଷର କୌଶଳ ଶିଖି ଅନେକ ଚାଷୀ ଭଲ ଦି’ପଇସା ରୋଜଗାର ବେଶ୍ ଖୁସି ଅଛନ୍ତି । ର୍ବିସା ସିଜିନ୍ ଅନୁଯାୟୀ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି । ବିର୍ସାଙ୍କ ଆମ୍ବ, ଲିଚୁ ଓ ପିଜୁଳିର ଚାହିଦା ସୁନ୍ଦରଗଡ଼ ବଜାରରେ ଯେତିକି ଚାହିଦା ରହିଛି, ତା’ଠାରୁ ଢ଼େର ଚାହିଦା ରହିଛି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ରାଞ୍ଚି ବଜାରରେ । ବିର୍ସାଙ୍କ ଆମ୍ବ ବଗିଚାରେ ଫଳୁଥିବା ଦଶେରୀ, ମଲ୍ଲିକା, ଆମ୍ରପଲି, ନିଲମ, ବାଇଗଣପଲେଇ ଆମ୍ବର ଝାଡ଼ଖଣ୍ଡ ଓ ରାଞ୍ଚି ବଜାରରେ ଢ଼େର ଚାହିଦା ରହିଛ

Leave a Reply