ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧକ ହଟିଥିଲେ ବି ଜିଲ୍ଲାପାଳମାନଙ୍କୁ ସ୍ଥିତି ଅନୁସାରେ ପୁଣି କଟକଣା ଲଗାଇବାକୁ କ୍ଷମତା ଦିଆଯାଇଛି

ଡେରାଡୁନ: ଚାରିଧାମ ଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ । ଉଠିଲା ୨୪ ଘଣ୍ଟିଆ କଟକଣା । ସୋମବାର ଚାରିଧାମ ଯାତ୍ରା ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଗଢଓ୍ଵାଲ ଡିଭିଜନାଲ କମିଶନର । 

ତେବେ ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧକ ହଟିଥିଲେ ବି ଜିଲ୍ଲାପାଳମାନଙ୍କୁ ସ୍ଥିତି ଅନୁସାରେ ପୁଣି କଟକଣା ଲଗାଇବାକୁ କ୍ଷମତା ଦିଆଯାଇଛି । ପାଣିପାଗର ସ୍ଥିତି ଦେଖି ଏବଂ ରାସ୍ତାର ଅବସ୍ଥା ଦେଖି ଚାରିଧାମ ଯାତ୍ରାରେ ଯାଉଥିବା ଗାଡି ଗୁଡିକୁ ଛଡାଯିବ କି ନାହିଁ ତାହା ଜିଲ୍ଲାପାଳ ନିଷ୍ପତ୍ତି ନେବେ । କାରଣ ଅନେକ ସ୍ଥାନରେ ଭୂସ୍ଫଳନ ଖବର ମଧ୍ଯ ଆସୁଛି ଆଉ ଆଜି ପାଇଁ ଉତ୍ତରାଖଣ୍ଡର ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି ।

Leave a Reply