Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘଟଗାଁ:ବିଶ୍ୱ ହିନ୍ଦୁ ପରିଷଦର ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘଟଗାଁ:ବିଶ୍ୱ ହିନ୍ଦୁ ପରିଷଦର ବୈଠକ

ବିଶ୍ୱ ହିନ୍ଦୁ ପରିଷଦର ବୈଠକ
ଘଟଗାଁ: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଶ୍ଵ ହିନ୍ଦୁ ପରିଷଦର ବୈଠକ ପୂର୍ବତନ ସଭାପତି ଭରତ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ନୀତି, ଆଦର୍ଶ ସମ୍ପର୍କରେ ଆଲୋଚନା କରାଯିବା ସହିତ ପ୍ରତି ପଞ୍ଚାୟତରୁ ନୂତନ ସଦସ୍ୟ ଗ୍ରହଣ କରାଯାଇ ସଂଗଠନକୁ
ମଜଭୁତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଗାମୀ ବୈଠକ ବାଣେଶ୍ବର ଶୈବ ପୀଠରେ ହେବା ପାଇଁ ସ୍ଥିର କରାଯାଇଥିଲା। ଏହି ବୈଠକରେ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଉପସଭାପତି ରବୀନ୍ଦ୍ର ବେହେରା, ସମ୍ପାଦକ ଉପେନ୍ଦ୍ର କୁମାର ଦାଶ, ସହ ସମ୍ପାଦକ କୀର୍ତ୍ତନ ବିହାରୀ ମହାନ୍ତ, ସଂଗଠନ ସମ୍ପାଦକ ମକରଧ୍ଵଜ ବେହେରା, କମିଟିର ବରିଷ୍ଠ ସଦସ୍ୟ ଖଗେଶ୍ବର ମହାନ୍ତ, ଅନନ୍ତ ଚନ୍ଦ୍ର ସାହୁ, ବସନ୍ତ କୁମାର ପଲେଇ, ବିଜୟ କୁମାର ଶତପଥୀ, ପଦ୍ମନାଭ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply