Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୌହାଟି ମିଲିଟାରୀ ଷ୍ଟେସନରେ ମନୁମେଣ୍ଟାଲ ପତାକା ସ୍ଥାପନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୌହାଟି ମିଲିଟାରୀ ଷ୍ଟେସନରେ ମନୁମେଣ୍ଟାଲ ପତାକା ସ୍ଥାପନ

ଗୌହାଟି : ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ବିହୁ ଅବସରରେ ଗୌହାଟିର ନାରଙ୍ଗି ମିଲିଟାରୀ ଷ୍ଟେସନରେ ଆଉ ଏକ ସ୍ମାରକୀ ପତାକା ଉତ୍ସର୍ଗ କରିଛି । ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଫ୍ଲାଗ୍ ଫାଉଣ୍ଡେସନ୍ ସମଗ୍ର ଦେଶରେ ସ୍ମାରକୀ ପତାକା ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଅବସରରେ ପୂର୍ବାଞ୍ଚଳ ସେନା କମାଣ୍ଡର ଲେଫ୍ଟ ଜେନେରାଲ ଆର ପି କଲିତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ଭାରତୀୟ ଜାତୀୟ ପତାକାକୁ ଗର୍ବ, ଏବଂ ସମ୍ମାନ ସହିତ ଉଡ଼ାଇବା ଏବଂ ପ୍ରଦର୍ଶନ କରିବାର ଅଧିକାର ନିମନ୍ତେ ଇଣ୍ଡିଆନ୍ ଫ୍ଲାଗ୍ ଫାଉଣ୍ଡେସନର ସଭାପତି ଶ୍ରୀ ନବୀନ ଜିନ୍ଦଲ ଏକ ଦଶନ୍ଧି ଧରି ଆଇନଗତ ଯୁଦ୍ଧ କରିଥିଲେ । ଶ୍ରୀ ନବୀନ ଜିନ୍ଦଲ ସର୍ବଦା ଚାହୁଁଥିଲେ ଯେ ନାଗରିକମାନେ ଦେଶ ପ୍ରତି ସେମାନଙ୍କର ସମ୍ମାନ ଏବଂ ଗର୍ବ ପ୍ରଦର୍ଶନ କରିବାକୁ ତିରଙ୍ଗା ପ୍ରଦର୍ଶନ କରନ୍ତୁ । ୨୦୦୪ ମସିହାରେ କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀରୁ ଜିତି ଲୋକସଭାରେ ନବ ନିର୍ବାଚିତ ସାଂସଦ ଭାବରେ ଯୋଗଦେବା ପରେ ତାଙ୍କୁ ସୂଚନା ଦିଆଯାଇଥିଲା ଯେ ଗୃହର ୩୪୯ (ଢଓଠ) ନିୟମ ଅନୁଯାୟୀ ସଂସଦର ଜଣେ ସଦସ୍ୟ ତିରଙ୍ଗା ପିନ୍ଧି ପାରିବେ ନାହିଁ । ଜାତୀୟ ପତାକା ପିନ୍ଧିବା ପାଇଁ ଅନୁମତି ପାଇଁ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ଏବଂ ସଂସଦରେ ସଂକଳ୍ପ ପାରିତ କରିଥିଲେ । ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ, ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ୨୦୦୯ରେ ଭାରତରେ ସ୍ମାରକୀ ପତାକା ଲଗାଇବା ଆରମ୍ଭ କରିଥିଲା । ସେହି ଦିନଠାରୁ ଏହି ସଂଗଠନ ସାରା ଦେଶରେ ୧୦୦ରୁ ଅଧିକ ସ୍ମାରକୀ ପତାକା ସ୍ଥାପନ କରିସାରିଛି ।

Leave a Reply