Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁଙ୍କୁ ରାଜ୍ୟମାତା ମାନ୍ୟତା ମିଳୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁଙ୍କୁ ରାଜ୍ୟମାତା ମାନ୍ୟତା ମିଳୁ


ରାୟପୁର: ହିନ୍ଦୁ ସମାଜରେ ‘ମାତା’ର ବୈଶିଷ୍ଟ୍ୟ ହାସଲ କରିଥିବା ଗୋରୁ ଏବେ ସାରାଦେଶରେ ବିପଦରେ ରହିଛି । ଗୋରୁଙ୍କ ମାଂସକାଟି ବିଦେଶକୁ ରପ୍ତାନୀ କରାଯାଉଛି, ଅଲୋଡ଼ା ବସ୍ତୁ ଭଳି ଗୋରୁଙ୍କୁ ଛାଡ଼ି ଦିଆଯାଉଛି। ତେଣୁ ଦେଶରେ ଗୋମାତାର ପ୍ରତିଷ୍ଠା ରକ୍ଷା ପାଇଁ ‘ଗୋ ପ୍ରତିଷ୍ଠା ଧ୍ଵଜ ସ୍ଥାପନାଯାତ୍ରା’ ଜାରି ରହିଛି। ସମସ୍ତ ରାଜ୍ୟର ରାଜଧାନୀରେ ଏହି ଧ୍ଵଜା ପ୍ରତିଷ୍ଠାକରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପ୍ରୟାସ ଜାରି ରହିଛି। ଗତକାଲି ଭୁବନେଶ୍ବରରେ ଏହି ଧ୍ଵଜ ସ୍ଥାପନ ହୋଇଥ‌ିବା ବେଳେ 7 ତାରିଖ ଦିନ ରାୟପୁରରେ ଏହା ସ୍ଥାପନ କରାଯାଇଛି ବୋଲି କହିଛନ୍ତି ବଦ୍ରିନାଥର ଶଙ୍କରାଚାର୍ଯ୍ୟ ସ୍ଵାମୀ ଅବିମୁକ୍ତେଶ୍ଵରାନନ୍ଦ ା ପଶୁଶ୍ରେଣୀରୁ ହଟାଇ ଗୋରୁଙ୍କୁ ରାଜ୍ୟମାତା ମାନ୍ୟତା ଦିଆଯାଉ ବୋଲି ସେ ଦାବି କରିଛନ୍ତି । ବେଦ, ଶାସ୍ତ୍ର ପୁରାଣ ଓ ଇତିହାସରେ ଗୋମାତାଙ୍କ ମାହାତ୍ମ୍ୟର ଅନେକ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି । କିନ୍ତୁ ଏବେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ଗାଈକୁ ପଶୁ ରୂପେ ଗଣନା କରୁଛନ୍ତି। ତେଣୁ ଗୋପ୍ରତିଷ୍ଠା ସଚେତନତା ଭାରତଯାତ୍ରା ମାଧ୍ୟମରେ ଗୋରୁଙ୍କୁ ପଶୁ ସୂଚୀରୁ ହଟାଇ ମାତା ଆଖ୍ୟା ଦିଆଯାଉ ବୋଲି ଆମେ ଦାବି କରୁଛୁ। ଗୋମାତା ପ୍ରତିଷ୍ଠା ରକ୍ଷା ଦିଗରେ କାର୍ଯ୍ୟ କରାଯାଉ । ଏହି ଅଭିଯାନ ମହାରାଷ୍ଟ୍ରରେ ସଫଳତା ପାଇଛି । ସେଠାରେ ଗାଈଙ୍କୁ ‘ରାଜ୍ୟ ମାତା’ର ମାନ୍ୟତା ମିଳିଛି । ଗୋରୁଙ୍କୁ
ମାତା ରୂପେ ପ୍ରତିଷ୍ଠା ଦେଲେ ଗୋମାତାଙ୍କ ସ୍ଥିତିରେ ସୁଧାର ଆସିବ। ଗୋରୁହତ୍ୟା ମହାପାପ । ତେଣୁ କେହି ଯେମିତି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଗୋହତ୍ୟାର ଭାଗୀ ନ ହୁଅନ୍ତୁ ସେଥ‌ିପାଇଁ ଶଙ୍କରାଚାର୍ଯ୍ୟ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ମୁଁ ସମଗ୍ର ଭାରତରେ ସଚେତନତା ଅଭିଯାନ ଜାରି ରଖୁଛି । ଯେଉଁ ଜନପ୍ରତିନିଧ‌ି ଗୋରକ୍ଷା ପାଇଁ ସଂକଳ୍ପବଦ୍ଧ ହେବ, କେବଳ ତାଙ୍କୁ ହିଁ ଭୋଟ୍ ଦେବାକୁ ଆମେ ହିନ୍ଦୁ ସମାଜକୁ ଆହ୍ୱାନ କରୁଛୁ ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ

Leave a Reply