ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ନେଉଳିଆ ଟୋଲଗେଟ ନିକଟରୁ ବେଆଇନ ଗୋରୁ ବୋଝେଇ ଭ୍ୟାନ ଜବତ ହେବା ସହ ୮ଟି ଗୋରୁ ଜବତ ହୋଇଥିବା ଜଣାଯାଇଛି । ଗତ ବୁଧବାର ରାତ୍ର ପ୍ରାୟ ୧୦ଟା ବେଳେ ଭଦ୍ରକ ଆଡକୁ ଅମାନୁଷିକ ଭାବେ ଚାଲାଣ ହେଉଥିବା ବଜରଙ୍ଗ ଦଳ ସ୍ଥାନୀୟ ପ୍ରଭାରୀ ଚନ୍ଦ୍ରଶେଖର ରାଉତଙ୍କ ନେତୃତ୍ୱରେ କର୍ମୀମାନେ ଅଟକାଇଥିଲେ । ସ୍ଥାନୀୟ ପୁଲିସ ଗୋରୁଗୁଡିକୁ ମଇତାପୁର ଗୋଶାଳାକୁ ପଠାଇଥିଲା । ଅନ୍ଧାରର ସୁଯୋଗ ନେଇ ଚାଳକ ଓ ହେଲପର ଫେରାର ହୋଇଯାଇଥିଲେ ।