Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁଗାଡି ଜବତ କଲେ ଟୋଲଗେଟ୍ କର୍ମଚାରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁଗାଡି ଜବତ କଲେ ଟୋଲଗେଟ୍ କର୍ମଚାରୀ

ଭଣ୍ଡାରିପୋଖରୀ : ଏହି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଟୋଲଗେଟରୁ ବେଆଇନ ଗୋରୁଗାଡିକୁ ଟୋଲଗେଟ କର୍ମଚାରୀମାନେ ଶୁକ୍ରବାର ଜବତ କରିଥିବା ଜଣାଯାଇଛି । ଅପରାହ୍ନ ୩.୩୦ ମି ସମୟରେ କଟକ ଆଡୁ ଆସୁଥିବା ଓଡି ୦୧ ଏ କୁ୍ୟ ୯୪୯୪ ନଂ ପିକଅପ ଭ୍ୟାନ୍ ଓଭରଲୋଡ ଥିôବାରୁ ଗେଟ୍ କର୍ମଚାରୀମାନେ ତନଖି କରିଥିଲେ । ଗାଡି ଉପରେ ଥର୍ମୋକୁଲ ଲୋଡ ଥିବା ଦର୍ଶାଇ ଚାଳକ ଛାଡିଦେବାକୁ ଅନୁରୋଧ କରିଥିଲା । ଏଥିରେ ସନେ୍ଦହ ପ୍ରକାଶ କରି କର୍ମଚାରୀମାନେ ଥର୍ମୋକୁଲ ଚାଦର ତଳେ ଅତି ଦୟନୀୟ ଭାବେ ବନ୍ଧା ହୋଇ ଚାଲାଣ ହେଉଥିବା ୧୨ ଟି ଗୋରୁ ଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଭଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଯାନକୁ ଜବତ କରିବା ସହ ଚାଳକକୁ ଗିରଫ କରିଥିବା ଜଣାଯାଇଛି । ଗୋରୁଗୁଡିକୁ ମଇତାପୁର ଗୋଶାଳାରେ ଛଡାଯାଇଛି । ଟୋଲଗେଟ୍ ଦେଇ ପ୍ରତିଦିନ ୨୦ରୁ ୩୦ ବେଆଇନ ଗୋରୁ ବୋଝେଇ ଗାଡି ଅତିକ୍ରମ କରିଥିବା ଜଣାଯାଇଛି । ପ୍ରତ୍ୟେକ ଗାଡିକୁ ଗୋ ଚାଲାଣକାରୀଙ୍କ ମାରଣାସ୍ତ୍ରଧାରୀ ସୁରକ୍ଷାକାରୀ ବାଟକଢାଇ ନେଉଥିବା ନିତିଦିନିଆ କଥା । ଏଥିପାଇଁ ରାଜପଥ ପାଶ୍ୱର୍ ଥାନାଗୁଡିକ ସହ ପୂର୍ବରୁ ଧାର୍ଯ୍ୟ ବଟି ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କାହାରିକୁ ଅଛପା ନାହିଁ । ଫଳରେ ଗୋରୁ ବେପାରରୁ ବେପାରୀଙ୍କ ସହ ଖାକିବାବୁମାନେ ବେଶ ଲାଭବାନ ହେଉଥବବାରୁ ଏହି କାରବାର ର୍ନିଦ୍ୱନ୍ଦରେ ଚାଲିଛି ।

Leave a Reply