ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଉପରେ ବିଜେପି ସାଂସଦ ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜେପିସିର ବୈଠକ ଶୁକ୍ରବାର ଦିନ ବସିଥିଲା। ଜେପିସି ବୈଠକରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର ଓ ଜେଓ୍ବାଇ ଚନ୍ଦ୍ରଚୂଡ଼ ନିଜର ମତ ରଖିଥିଲେ ।ଉଭୟ ପୂର୍ବତନ ମୁଖ୍ୟ ବିଚାରପତି କହିଥିଲେ ଯେ ନିର୍ବାଚନ କମିଶନଙ୍କୁ ଅତ୍ୟଧିକ କ୍ଷମତା ପ୍ରଦାନ ପ୍ରସ୍ତାବ ଉପରେ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଉଛି । ଏଣୁ ଏହି ପ୍ରସ୍ତାବର ପୁନଃମୂଲ୍ୟାୟନ କରିବା ପାଇଁ ଏକ ଜାତୀୟ ବିତର୍କ ଆବଶ୍ୟକ।