Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗଲ୍ୱାନ ଶହୀଦଙ୍କ ସ୍ତ୍ରୀ ହେଲେ ସେନା ଅଫିସର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଲ୍ୱାନ ଶହୀଦଙ୍କ ସ୍ତ୍ରୀ ହେଲେ ସେନା ଅଫିସର

ନୂଆଦିଲ୍ଲୀ: ଗଲ୍ୱାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ରକ୍ତାକ୍ତ ସଂଘର୍ଷ ବେଳେ ବୀରତ୍ୱର ସହ ଲଢ଼େଇ କରି ଜୀବନ ଦେଇଥିବା ନାଏକ୍ ଦୀପକ ସିଂଙ୍କ ସ୍ତ୍ରୀ ଲ୍ୟୁଟ୍ନାଣ୍ଟ ରେଖା ସିଂଙ୍କୁ ଶନିବାର ଭାରତୀୟ ସେନାରେ ସାମିଲ କରାଯାଇଛି । ଚେନ୍ନାଇର ଅଫସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ ପ୍ରଶିକ୍ଷଣ ଶେଷ କରିବା ପରେ ସେ ସେନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି । ସେ ପୂର୍ବ ଲଦାଖର ପ୍ରକୃତି ନିୟନ୍ତ୍ରଣ ରେଖା (ଏଲ୍ଏସି)ର ଫ୍ରଣ୍ଟ ଲାଇନରେ ପୋଷ୍ଟିଂ ହୋଇଛନ୍ତି । ଏକ ଐତିହାସିକ ଘଟଣାକ୍ରମେ ଭାରତୀୟ ସେନା ଏହାର ଆର୍ଟିଲେରି ରେଜିମେଣ୍ଟରେ ୫ ମହିଳା ସେନା ଅଫିସରଙ୍କୁ ସାମିଲ କରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ଚାଇନା ସୀମାବର୍ତ୍ତୀ ପ୍ରକୃତ ନିୟନ୍ତ୍ରଣ ରେଖାରେ ପୋଷ୍ଟିଂ ହୋଇଛନ୍ତି । ଓଟିଏରେ ତାଲିମ ଶେଷ କରିବା ପରେ ଲ୍ୟୁଟନାଣ୍ଟ ମେହକ ସାଇନି, ଲ୍ୟୁଟନାଣ୍ଟ ସାକ୍ଷୀ ଦୁବେ, ଲ୍ୟୁଟ୍?ନାଣ୍ଟ ଅଦିତି ଯାଦବ, ଲ୍ୟୁଟ୍ନାଣ୍ଟ ପିଅସ୍ ମୁଦଗିଲ୍ ଏବଂ ଲ୍ୟୁଟ୍ନାଣ୍ଟ ଆକାଂକ୍ଷା ସୈନ୍ୟବାହିନୀର ଆର୍ଟିଲେରି ୟୁନିଟ୍ରେ ଯୋଗ ଦେଇଛନ୍ତି ।

Leave a Reply