ଖୋର୍ଦ୍ଧାର ଶ୍ରୀରାମ ବସତିରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାବେଶରେ ପ୍ରାୟ ୨ ହଜାର ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏଥିରେ ବହୁ ସାଧୁସନ୍ଥ, ସନ୍ୟାସୀ ଯୋଗଦେଇ ଯଜ୍ଞ ମନ୍ତ୍ର
ଉଚ୍ଚାରଣ କରିଥିଲେ। ଏହି ଅବସରରେ ଯଜ୍ଞବିଧି ମୁତାବକ କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା ପରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା।